Below header

ଆଜି ବଜାରରେ ଲଞ୍ଚ ହେଲା Nokiaର ତିନି ତିନିଟି ଦମଦାର ସ୍ମାର୍ଟଫୋନ, ଆପଣଙ୍କୁ ମିଳିବ ଏହି ସବୁ ସ୍ପେଶାଲ ସୁବିଧା

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏଚଏମଡି ଗ୍ଲୋବାଲ କମ୍ପାନୀ ଆଜି ନିଜ ନୋକିଆ ୮.୨ ୫ଜି, ନୋକିଆ ୫.୩ ଓ ନୋକିଆ ୧.୩କୁ ଆଜି ହିଁ ଭାରତୀୟ ବଜାରରେ ଲଞ୍ଚ ହୋଇଛି ।  ୟୁଜର୍ସଙ୍କୁ ଏହି ଫୋନ ଗୁଡିକରେ ଲାଟେଷ୍ଟ ଫିଚର୍ସ ମାନ ବି ମିଳିପାରିବ ।  ତେବେ ଆସନ୍ତୁ ଜାଣିବା ଏହି ଫୋନ ଗୁଡିକର ସ୍ପେଶାଲ ଫିଚର୍ସ ଗୁଡିକ ବିଷୟରେ ।ଖୁବ ଶୀଘ୍ର ହିଁ କମ୍ପାନୀର ଏହି ତିନି ଫୋନର ଦର ଗୁଡିକ ବିଷୟରେ ପ୍ରକାଶ କରାଯିବ ବୋଲି ଜଣାଯାଇଛି ।

Nokia ୮.୫ ୫ଜିର ସମ୍ଭାବିତ ସ୍ପେସିଫିକସନ:

ବାହାରକୁ ଆସିଥିବା ରିପୋର୍ଟ ଅନୁଯାୟୀ ୟୁଜରଙ୍କୁ ଏହି ଫୋନରେ ୫ଜି ର ସପୋର୍ଟ ମିଳିପାରିବ ।  ଏହା ସହ କମ୍ପାନୀ ଏଥିରେ ଏଲଇଡ଼ି ବା ଏଲ୍ସିଡ଼ିର ସପୋର୍ଟ ବି ଦେଇପାରେ ।  ଏହାବାଦ ୟୁଜର୍ସଙ୍କୁ ଏହା ଜରିଆରେ ସ୍ନାପ ଡ୍ରାଗନ ପ୍ରୋସେସର, ୩୨ ମେଗାପିକ୍ସଲର ପପ-ଅପ କ୍ୟାମେରା ସହ ୩୫୦୦ ଏମଏଏଚ ବ୍ୟାଟେରୀର ସପୋର୍ଟ ବି ମିଳିପାରେ ।

nokia new

Nokia ୫.୩ ର ସମ୍ଭାବିତ ସ୍ପେସିଫିକସନ:

ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କୁ ଏହି ଫୋନରେ ୬.୫୫ ଇଞ୍ଚର ଡିଷ୍ପ୍ଲେ ସମେତ କଲକରମ ସ୍ନାପଡ୍ରାଗନ
୬୬୦ ପ୍ରୋସେସର, ୩ ଜିବି ରାମ ଭଳି ମିଳିବାର ଆଶା କରାଯାଉଛି ।  କମ୍ପାନୀ ଏସବୁ ବ୍ୟତୀତ କ୍ୱାଡ କ୍ୟାମେରା ସହ ଉଚ୍ଚ ମେଗା ପିକଶାଲାର ସୁବିଧା ମାନ ଦେବ ।

Nokia ୧.୩ର ସ୍ପେସିଫିକସନ:

ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ଫୋନରେ ୬.୧ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ, ବଟର ଡ୍ରପ ନଚର ସୁବିଧା ବି ମିଳିପାରିବ ।  ଏହା ସହ ୟୁଜର୍ସଙ୍କୁ ଭଲ ପରଫରମାନ୍ସ ପାଇଁ ୧ ଜିବି ରାମ +୮ ଜିବି ଷ୍ଟୋରେଜ ସମେତ ଦମଦାର ପ୍ରୋସେସରର ସପୋର୍ଟ ବି ମିଳିପାରିବ ।  ଏହା ସହ ଏହି ଫୋନ ଆଣ୍ଡ୍ରଏଡ଼ ୯ ଅପରେଟିଙ୍ଗ ସିଷ୍ଟମ ସହ ହିଁ କାମ କରିବ ବୋଲି ଜଣା ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.