Below header

ୟେସ୍‌ ବ୍ୟାଙ୍କରୁ ଉଠିଲା ମହାପ୍ରଭୁଙ୍କ ଜମା ଟଙ୍କା, ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଲା ୩୯୭ କୋଟି

ପୁରୀ: ୟେସ୍‌ ବ୍ୟାଙ୍କରୁ ଉଠିଲା ମହାପ୍ରଭୁଙ୍କ ଜମା ଟଙ୍କା । ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଲା ୩୯୭ କୋଟି ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଆସିଲା ଟଙ୍କା । ୩୮୯ କୋଟି ଟଙ୍କା ମାଚ୍ୟୁରିଟି ହୋଇଥିବାରୁ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ସୁଧ ସହ ମୋଟ୍‌ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି । ଏସ୍‌ବିଆଇ ପୁରୀ ମୁଖ୍ୟ ଶାଖାରେ ଥିବା ଶ୍ରୀମନ୍ଦିର କର୍ପସ ଫଣ୍ଡ୍‌ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଛି । ସେହିପରି ବାକି ୧୫୬ କୋଟି ଟଙ୍କା ସୁଧ ସହ ଦ୍ୱିତୀୟ କିସ୍ତିରେ ମାର୍ଚ୍ଚ ୩୦ ତାରିଖରେ ଆକାଉଣ୍ଟକୁ ଫେରିବ । ଏନେଇ ୟେସ୍‌ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ଗତବର୍ଷ ମାର୍ଚ୍ଚ ୧୯ରେ ୟେସ୍‌ ବ୍ୟାଙ୍କରେ ଏହି ଟଙ୍କା ଜମା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.