ଘରେ କାମ କରୁଥିବା ସମୟରେ କାମୁଡିଲା ସାପ, ସେଇଠି ହିଁ ଟଳି ପଡିଲେ ମହିଳା

ଆନନ୍ଦପୁର ଥାନା ରଟୁଆଁ ଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ସୁହାଗି ମାଝୀ। ସୂଚନା ମୁତବାକ ସୁହାଗି ନିଜ ଘରେ କିଛି କାମ କରୁଥିବା ସମୟରେ ଥାକରେ ଥିବା ସାପଟି ତାଙ୍କୁ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ଆଣିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.