ମନୋରଂଜନ

ନିଛକ ଅଭିନୟର ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ଜାଣନ୍ତୁ ତାଙ୍କ ଜୀବନ କାହାଣୀ

ଯିଏ ପରଦାରେ ଅଭିନୟ କରି ଆଖିରୁ ଲୁହ ଝରାଇଲେ ସତରେ କାନ୍ଦିଲା ଭଳି ଲାଗେ । ଯିଏ ଡାଇଲଗ୍‌ ଦେଲେ ମନକୁ ଛୁଇଁ ଯାଏ । ଓଲିଉଡ୍‌ ହେଉ କି ଟିଭି, ପରଦାରେ ଯେଉଁ ବ୍ୟକ୍ତିଟି ଭାରି ଆପଣାର ଲାଗେ, ନିଜ ଭିତରୁ ଜଣେ କେହି ଆଖି ଆଗରେ ଛାଡ଼ି ହେଲା ଭଳି ଜଣାପଡ଼େ, ସେ ହେଉଛନ୍ତି ଅଶ୍ରୁମୋଚନ ମହାନ୍ତି । ନାଁ ସିନା ଅଶ୍ରୁ ମୋଚନ ହେଲେ ତାଙ୍କର ଦରଦୀ ଅଭିନୟ ଦର୍ଶକଙ୍କ ଆଖିରେ ଲୁହ ନେଇ ଆସେ । ଦୀର୍ଘ ବର୍ଷ ଧରି ଅଭିନୟ ଦୁନିଆରେ ରହି ବରିଷ୍ଠ କଳାକାର ପାଲଟି ଗଲେଣି । ତଥାପି ତାଙ୍କ ଅଭିନୟର ଯାଦୁ ଲୋକଙ୍କୁ ସବୁବେଳେ ଅଭିଭୂତ କରି ଆସୁଛି । … ଅଶ୍ରୁ ବା ଅଶ୍ରୁ ଭାଇ ଭାବେ ସମସ୍ତଙ୍କ ପାଖରେ ସେ ପରିଚିତ ।
ଅତି ନିକଟରେ ପାଇଥିଲୁ ଆମେ ଅଶ୍ରୁ ଭାଇଙ୍କୁ । ତାଙ୍କ ଜୀବନ କାହାଣୀ ବିଷୟରେ କଥା ହେଲୁ । ଜାଣିଲୁ ଏଇ କଳାକାରଙ୍କ ସୁଖ ଦୁଃଖର କଥା । …. ଅତି ଛୋଟ ବେଳୁ ଅଭିନୟ ଆରମ୍ଭ କରିଥିଲେ ସେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଓଲିଉଡ ପର୍ଯ୍ୟନ୍ତ ଲମ୍ବା ଯାତ୍ରା ଶୁଣିଲୁ ତାଙ୍କରି ମୁହଁରୁ ।

ଫ୍ୟାନ୍ସିଡ୍ରେସ୍‌ କମ୍ପିଟିସନ୍‌ରୁ ଆରମ୍ଭ

ପିଲାଦିନର ସେଇ ଫ୍ୟାନ୍ସିଡ୍ରେସ୍‌ କମ୍ପିଟିସନ୍‌ରୁ ଆରମ୍ଭ ହେଇଥିବା ଅଭିନୟ ଯେ ତାଙ୍କର ପ୍ରଥମ ମଞ୍ଚ ଥିଲା ଏକଥା କେହିବି ଭାବି ନଥିଲେ । ପରେ ଗାଁରେ ହେଉଥିବା ଡ୍ରାମା, ସ୍କୁଲର ବାର୍ଷିକ ଉତ୍ସବରେ ଅଭିନୟ ସହ ବଢ଼ି ଚାଲିଲା ରୁଚି । ବାପା ସେତେବେଳେ ଓକିଲାତି କରୁଥିବାରୁ ପିଲାମାନଙ୍କୁ ଭଲ ଜାଗାରେ ପାଠ ପଢ଼ାଇ ଚାକିରି କରିବା ପାଇଁ ଚାହୁଁଥିଲେ। +୨ ବିଜ୍ଞାନ ପଢା ପରେ କିଛି କରିବାକୁ ଇଚ୍ଛାଥିଲା । ତେବେ ଗୋଟିଏ ଦିନରେ ପଡ଼ିଲା ଏୟାରଫୋର୍ସ ଏବଂ ସଙ୍ଗୀତ ନାଟକ ଏକାଡେମୀରେ ଇଣ୍ଟରଭ୍ୟୁ। ଆଉ ସେ ସାକ୍ଷାତକାର ଦେଲେ ସଙ୍ଗୀତ ନାଟକ ଏକାଡେମୀ ପାଇଁ । ବାସ୍‌ ତା ପରେ ବଦଳି ଗଲା ଜୀବନର ଗତିପଥ ।

ସଙ୍ଗୀତ ନାଟକ ଏକାଡେମୀରୁ ଶିକ୍ଷା

ସଙ୍ଗୀତ ନାଟକ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ ଯୋଡ଼ି ହୋଇଗଲେ ନାଟ୍ୟ ସଂସ୍ଥା ଶତାବ୍ଦୀର କଳାକାର ସହ । ନାଟକ ସହ ଆକାଶବାଣୀରେ ରେଡିଓ ଆର୍ଟିଷ୍ଟ ବି ପାଲଟି ଗଲେ । ରେଡିଓରେ ହେମନ୍ତ ଦାସ, ବାବି ଓ ଦୀନେଶ ବାବୁଙ୍କ ସହ କାମ କରି ବହୁ ଅନୁଭୂତି ହାସଲ କରିଥିଲେ ।

ଶତାବ୍ଦୀର କଳାକାରର ନାଟକ ବାବାଜୀ ପ୍ରଥମେ ଦୂରଦର୍ଶନରେ ପ୍ରସାରିତ ହେଲା ପରେ ଦୂରଦର୍ଶନରେ କଳାକାରର ପରିଚୟ ପାଇଲେ ସେ। ଅଭିନୟରେ ପେଟ ପୂରାଇବା ଭଳି ସ୍ଥିତି ନଥିଲା । ତେଣୁ ଗୁଜୁରାଣ ମେଣ୍ଟାଇବା ପାଇଁ ରାତିରେ ଡଙ୍ଗା ତିଆରି କରି ବିକି କିଛି ରୋଜଗାର ମଧ୍ୟ କରୁଥିଲେ ।

ସିନେ ଦୁନିଆରେ ପ୍ରବେଶ

ସିନେ ଦୁନିଆରେ ପ୍ରବେଶ କଲେ ଏଭଳି ଭାବରେ । ପ୍ରଥମେ ବାଞ୍ଛାନିଧି ପଟ୍ଟନାୟକଙ୍କ ସହ ମେକଅପ୍‌ରେ ସାହାଯ୍ୟ କଲେ । ପୁଣି ସେତେବେଳେର ଲୋକପ୍ରିୟ ହିରୋ ଶ୍ରୀରାମ ପଣ୍ଡାଙ୍କ ସହ ସହକାରୀ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ‘କୁରୁକ୍ଷେତ୍ର’ ଚଳଚ୍ଚିତ୍ରରେ। ଏଥିରେ ଅଭିନୟ ବି କଲେ । ଛୋଟିଆ ହେଲେ ବି ତାଙ୍କର ଚମତ୍କାର ଅଭିନୟ ସମସ୍ତଙ୍କୁ ଆକର୍ଷିତ କଲା । ତାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଓ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଚାଲିଲେ ଅଶ୍ରୁ ମୋଚନ । ଚକା ଆଖି ସବୁ ଦେଖୁଛି, ପୁଅ ମୋର କାଳିଆ ସୁନା, ଯୋର୍ ଯାର୍ ମୂଳକ ତାର, ଆସୁଚି ମୋ କାଳିଆ ସୁନା, ଆଦି ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଲେ । ପରେ ପରେ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି ଏହି ବହୁରୂପୀ କଳାକାର ।

ଏଇ ନାଁରେ ଅଛି ରହସ୍ୟ

କାଞ୍ଚି ଅଭିଯାନ ସମୟରେ ରାଜା ଯେତେବେଳେ ଫେରୁଥିଲେ ସେତେବେଳେ କିଛି କରଣ ସମ୍ପ୍ରଦାୟର ଲୋକଙ୍କୁ ଖୋର୍ଦ୍ଧାରୁ ଆଣିଥିଲେ କେନ୍ଦୁଝରକୁ । ସେମାନଙ୍କ ମଧ୍ୟରେ ଅଶ୍ରୁମୋଚନଙ୍କ ପରିବାର ଚାଲି ଆସିଥିଲେ । ଯେଉଁମାନେ ରାଜାଙ୍କର ଖଜଣା ଆଦାୟ କରିବାରେ ନିୟୋଜିତ ହୋଇଥିଲେ ବୋଲି କୁହନ୍ତି ଅଶ୍ରୁ । ଆଉ ଏଇ ଅଶ୍ରୁମୋଚନ ନାଁ ପଛରେ ରହିଛି ଏକ ରହସ୍ୟ । ଅଶ୍ରୁଙ୍କ ବାହାଘର ହୋଇଥିଲା ଟିକେ ନିଆରା ଢଙ୍ଗରେ । ଏବେ ତାଙ୍କର ଗୋଟିଏ ପୁଅ ଓ ଝିଅ ସହ ସୁଖୀ ସଂସାର ।

ବର୍ତ୍ତମାନର କୋଭିଡ ପରିସ୍ଥିତିରେ କଳାକାର ମାନେ ଦୁଃଖ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଆଗକୁ ଏ ଦିନ ଦୂରେଇ ଯିବ ଏବଂ ପୁଣି କଳାକାରମାନେ ଲୋକଙ୍କୁ ହସାଇବେ ଓ କନ୍ଦାଇବେ । ଏଇ ଆଶା ହେଉଛି ଅଶ୍ରୁଙ୍କର ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

8 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

12 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

35 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

49 mins ago