ଭାରତର ୧୫ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଛନ୍ତି । ଦେଶ ବିଦେଶର ବହୁ ବଡ ବ୍ୟକ୍ତିତ୍ୱମାନେ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ଏହାସହିତ ବଲିଉଡର ବହୁ ବଡ ବ୍ୟକ୍ତିତ୍ୱମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପିଏମ୍ ମୋଦିଙ୍କ ଜୀବନ ସହ ଜଡିତ ଏକ କାହାଣୀ ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ ନିଜେ କହିଛନ୍ତି । ନରେନ୍ଦ୍ର ମୋଦିଙ୍କର ବଲିଉଡ୍ ସହିତ ବହୁତ ପୁରୁଣା ସମ୍ପର୍କ ରହିଛି ।
ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୬୬ତମ ଜନ୍ମଦିବସରେ ଅମିତାଭ ବଚ୍ଚନ ତାଙ୍କ ସହ ଜଡିତ ଏକ ଉପନ୍ୟାସ ସେୟାର କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଖିଥିବା ଫିଲ୍ମକୁ ମନେ ପକାଇ ବିଗ୍ ବି କହିଛନ୍ତି ଯେ, ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନିବାସରେ ତାଙ୍କୁ ଭେଟିଥିଲେ । ବହୁତ ହି ସାଧାରଣ ଘର ଏବଂ ରୁମ୍ ଥିଲା । ଅମିତାଭ ନିଜ ଫିଲ୍ମ ‘ପା’ ର ଟିକସ ଛାଡ ଦାବି ନେଇ ମୋଦିଙ୍କୁ ଦେଖା କରିବାକୁ ଯାଇଥିଲେ । ସେହି ସମୟରେ ମୋଦି ଜୀ ତାଙ୍କୁ ଫିଲ୍ମ ଦେଖିବାକୁ ଯିବା କହିଥିଲେ । ସେ ନିଜ କାରରେ ଅମିତାଭଙ୍କୁ ନେଇ ଏକାଠି ଫିଲ୍ମ ଦେଖିଲେ ଏବଂ ଖାଦ୍ୟ ମଧ୍ୟ ଖାଇଥିଲେ । ଏହି ସମୟରେ ଅମିତାଭ ମୋଦିଙ୍କ ସହିତ ଗୁଜୁରାଟ ଟୁରିଜିମ୍ ବିଷୟରେ କଥାବାର୍ତ୍ତା ହୋଇଥିଲେ । ଅମିତାଭ ଗୁଜୁରାଟର ବ୍ରାଣ୍ଡ ଆମ୍ବାସାଡର । ତାଙ୍କ ବିଜ୍ଞାପନ ‘କୁଛ ଦିନ ତୋ ଗୁଜାରିୟେ ଗୁଜରାଟ ମେ’ ବହୁତ ଲୋକପ୍ରିୟ ହୋଇଥିଲା ।
ଏକ ଇଣ୍ଟରଭ୍ୟୁରେ ମୋଦି କହିଥିଲେ ଯେ, ସେ ଛୋଟବେଳେ ଫିଲ୍ମ ଦେଖିବାକୁ ବହୁତ ଭଲପାଉଥିଲେ । କିନ୍ତୁ ଏବେ ସମୟର ଅଭାବ ଯୋଗୁ ଆଉ ଦେଖିପାରୁନାହାନ୍ତି । ସେ ଅନୁପମ ଖେରଙ୍କ ସହିତ ତାଙ୍କ ଫିଲ୍ମ ‘ଏ ୱେଡନେସଡେ’ ମଧ୍ୟ ଦେଖିଥିଲେ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…