ଅମିତାଭ ବଚ୍ଚନଙ୍କ ସହିତ ଏକାଠି ଫିଲ୍ମ ଦେଖିବା ସହିତ ଖାଇବାକୁ ଯାଇଥିଲେ ମୋଦି, ଜନ୍ମଦିନରେ ମନ ପକାଇଲେ ବିଗ୍‌ ବି

ଅମିତାଭ ବଚ୍ଚନ ଏବଂ ମୋଦିଙ୍କ ସଂପର୍କ ବହୁତ ପୁରୁଣା । ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଦୁହେଁ ସାଙ୍ଗ ହୋଇ ଫିଲ୍ମ ଦେଖିବାକୁ ଯାଇଥିଲେ ବୋଲି କହିଛନ୍ତି ଅମିତାଭ ବଚ୍ଚନ ।

ଭାରତର ୧୫ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଛନ୍ତି । ଦେଶ ବିଦେଶର ବହୁ ବଡ ବ୍ୟକ୍ତିତ୍ୱମାନେ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ଏହାସହିତ ବଲିଉଡର ବହୁ ବଡ ବ୍ୟକ୍ତିତ୍ୱମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପିଏମ୍‌ ମୋଦିଙ୍କ ଜୀବନ ସହ ଜଡିତ ଏକ କାହାଣୀ ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ ନିଜେ କହିଛନ୍ତି । ନରେନ୍ଦ୍ର ମୋଦିଙ୍କର ବଲିଉଡ୍‌ ସହିତ ବହୁତ ପୁରୁଣା ସମ୍ପର୍କ ରହିଛି ।

ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୬୬ତମ ଜନ୍ମଦିବସରେ ଅମିତାଭ ବଚ୍ଚନ ତାଙ୍କ ସହ ଜଡିତ ଏକ ଉପନ୍ୟାସ ସେୟାର କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଖିଥିବା ଫିଲ୍ମକୁ ମନେ ପକାଇ ବିଗ୍‌ ବି କହିଛନ୍ତି ଯେ, ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନିବାସରେ ତାଙ୍କୁ ଭେଟିଥିଲେ । ବହୁତ ହି ସାଧାରଣ ଘର ଏବଂ ରୁମ୍‌ ଥିଲା । ଅମିତାଭ ନିଜ ଫିଲ୍ମ ‘ପା’ ର ଟିକସ ଛାଡ ଦାବି ନେଇ ମୋଦିଙ୍କୁ ଦେଖା କରିବାକୁ ଯାଇଥିଲେ । ସେହି ସମୟରେ ମୋଦି ଜୀ ତାଙ୍କୁ ଫିଲ୍ମ ଦେଖିବାକୁ ଯିବା କହିଥିଲେ । ସେ ନିଜ କାରରେ ଅମିତାଭଙ୍କୁ ନେଇ ଏକାଠି ଫିଲ୍ମ ଦେଖିଲେ ଏବଂ ଖାଦ୍ୟ ମଧ୍ୟ ଖାଇଥିଲେ । ଏହି ସମୟରେ ଅମିତାଭ ମୋଦିଙ୍କ ସହିତ ଗୁଜୁରାଟ ଟୁରିଜିମ୍‌ ବିଷୟରେ କଥାବାର୍ତ୍ତା ହୋଇଥିଲେ । ଅମିତାଭ ଗୁଜୁରାଟର ବ୍ରାଣ୍ଡ ଆମ୍ବାସାଡର । ତାଙ୍କ ବିଜ୍ଞାପନ ‘କୁଛ ଦିନ ତୋ ଗୁଜାରିୟେ ଗୁଜରାଟ ମେ’ ବହୁତ ଲୋକପ୍ରିୟ ହୋଇଥିଲା ।

ଏକ ଇଣ୍ଟରଭ୍ୟୁରେ ମୋଦି କହିଥିଲେ ଯେ, ସେ ଛୋଟବେଳେ ଫିଲ୍ମ ଦେଖିବାକୁ ବହୁତ ଭଲପାଉଥିଲେ । କିନ୍ତୁ ଏବେ ସମୟର ଅଭାବ ଯୋଗୁ ଆଉ ଦେଖିପାରୁନାହାନ୍ତି । ସେ ଅନୁପମ ଖେରଙ୍କ ସହିତ ତାଙ୍କ ଫିଲ୍ମ ‘ଏ ୱେଡନେସଡେ’ ମଧ୍ୟ ଦେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.