ସ୍ମୋକ ଆର୍ଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ, ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ମୋକ୍‌ ଆର୍ଟିଷ୍ଟ ଦୀପକ

ଓଡିଶାର ସ୍ମୋକ୍‌ ଆର୍ଟିଷ୍ଟ ଦୀପକ ବିସବାଲ ଧୂଆଁରେ ପ୍ରଧାନମନ୍ତ୍ରୀଙ୍କର ଏକ ସ୍ୱତନ୍ତ୍ର ଫଟୋ ତିଆରି କରିଛନ୍ତି । ସେହି ଫଟୋର ବ୍ୟାକଗ୍ରାଓଣ୍ଡରେ କୋଣାର୍କର ସୂର୍ଯ୍ୟ ମନ୍ଦିରର ଚକ୍ର ସହ ଓଡିଶାର ଐତିହ୍ୟକୁ ମଧ୍ୟ ଦର୍ଶାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମ ଦିନରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ଓଡିଶାର ସ୍ମୋକ୍‌ ଆର୍ଟିଷ୍ଟ ଦୀପକ ବିସବାଲ ଧୂଆଁରେ ପ୍ରଧାନମନ୍ତ୍ରୀଙ୍କର ଏକ ସ୍ୱତନ୍ତ୍ର ଫଟୋ ତିଆରି କରିଛନ୍ତି । ସେହି ଫଟୋର ବ୍ୟାକଗ୍ରାଓଣ୍ଡରେ କୋଣାର୍କର ସୂର୍ଯ୍ୟ ମନ୍ଦିରର ଚକ୍ର ସହ ଓଡିଶାର ଐତିହ୍ୟକୁ ମଧ୍ୟ ଦର୍ଶାଯାଇଛି ।

ଜି –୨୦ ଶିଖର ସମ୍ମିଳନୀରେ ପିଏମ ମୋଦି ବିଦେଶୀ ନେତାଙ୍କ ସାମ୍ନାରେ କୋଣାର୍କ ଚକ୍ରକୁ ପ୍ରଦର୍ଶନ କରିଥିଲେ । ମିଡିଆ ସହ କରିଥିବା ବର୍ତ୍ତାଳାପରେ ଦୀପକ କହିଛନ୍ତି ‘ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୩ତମ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଧୂଆଁରେ ଏକ ଫଟୋ ପ୍ରସ୍ତୁତ କରିଛି । ଏହି ଚିତ୍ରରେ କୋଣାର୍କ ଚକ୍ର ଏବଂ ଓଡ଼ିଶାର ଐତିହ୍ୟକୁ ଦର୍ଶାଇବା ପାଇଁ ଚେଷ୍ଟା କରିଛି । କଳାକାର ଦୀପକ ଏହା ମଧ୍ୟ କହିଛନ୍ତି ଯେ, ନିକଟରେ ହୋଇଥିବା ଜି –୨୦ ଶିଖର ସମ୍ମିଳନୀରେ ବିଦେଶୀ ଅତିଥିଙ୍କୁ ଆକୃଷ୍ଟ କରିବା ପାଇଁ କୋଣାର୍କ ଚକ୍ରକୁ ପ୍ରଦର୍ଶିତ କରାଯାଇଥିଲା । ସେଥିପାଇଁ ସେ ଏପରି ଭିନ୍ନ ଫଟୋ ପ୍ରସ୍ତୁତ କରିଛନ୍ତି ।

କଳାକାର କହିଛନ୍ତି ଯେ ସେ ଏହି ଚିତ୍ରକୁ ମହମବତୀ ଧୂଆଁ, ଛୁଞ୍ଚି ଏବଂ କାନଭାସ୍ ସାହାଯ୍ୟରେ ତିଆରି କରିଛନ୍ତି । ଏହି ଚିତ୍ର ପ୍ରସ୍ତୁତ କରିବା ପାଇଁ ଦୀପକ ସମସ୍ତ ଧ୍ୟାନ ଲଗାଇଥିଲେ । ମୋଦିଙ୍କ ଅବିକଳ ଚିତ୍ର କରି ସମସ୍ତ ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ଦୀପକ । ଅନ୍ୟପଟେ ପୁନେର ବିଜେପି କର୍ମୀ କିଶୋର ତଲୱାଡେ ଶସ୍ୟ ଏବଂ ବାଜରା ସାହାଯ୍ୟରେ ପିଏମ ମୋଦୀଙ୍କ ପ୍ରତିମା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଭିନ୍ନ ଭନ୍ନ ଉପାୟରେ ସମ୍ମାନ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.