ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେଲା ନୂଆ ହୁଣ୍ଡାଇ Elantra N, ଜାଣନ୍ତୁ କେମିତି ରହିଛି ଡିଜାଇନ୍‌

ହୁଣ୍ଡାଇ N ସିରିଜ୍ ଗାଡିକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ Elantra Nର ସ୍ୱତନ୍ତ୍ର ଟ୍ରେଲର ମଧ୍ୟ ପ୍ରଦର୍ଶନ କରିଥିଲା । ନୂଆ Elantra Nରେ ଏକ ସ୍ୱତନ୍ତ୍ର ଡିଜାଇନ୍ ଅପଡେଟ୍ କରାଯାଇଛି ।

ହୁଣ୍ଡାଇ ନିଜର ‘N’ ବ୍ରାଣ୍ଡର ଅଷ୍ଟମ ଆନିଭର୍ସରି ସେଲିବ୍ରେଟ କରିବା ଅବସରରେ ଗ୍ଲୋବାଲ ମାର୍କେଟରେ ନୂଆ Hyundai Elantra N ସେଡାନ ଲଞ୍ଚ କରିଛି । ଏହି କାର ଦକ୍ଷିଣ କୋରିଆର ଆଭାଣ୍ଟେ ଏନ ଏବଂ ଅଷ୍ଟ୍ରେଲିଆରେ i30 ସେଡାନ୍ N ଭାବରେ ବିକ୍ରି କରାଯିବ । ହୁଣ୍ଡାଇ N ସିରିଜ୍ ଗାଡିକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ Elantra Nର ସ୍ୱତନ୍ତ୍ର ଟ୍ରେଲର ମଧ୍ୟ ପ୍ରଦର୍ଶନ କରିଥିଲା ।

ଡିଜାଇନ୍:
ନୂଆ Elantra Nରେ ଏକ ସ୍ୱତନ୍ତ୍ର ଡିଜାଇନ୍ ଅପଡେଟ୍ କରାଯାଇଛି । ଯେଉଁଥିରେ ଏକ ଓ୍ଵାଇଡ ଫ୍ରଣ୍ଟ, ‘N’ ବ୍ୟାଜ୍ ସହିତ ଅପଡେଟ୍ ଗ୍ରୀଲ୍, ସାଇଡ୍ ସିଲ୍ସ, ରିୟର ସ୍ପାଇଲର୍, ୧୯-ଇଞ୍ଚର ଆଲୋଇ ହ୍ଵିଲ ଏବଂ ଡୁଆଲ୍ ଏକ୍ସଜଷ୍ଟ୍ ଟିପ୍ସ ସାମିଲ ଅଛି ।

ଇଣ୍ଟେରିୟର :
ଏହାର ଇଣ୍ଟେରିୟର ବିଷୟରେ କହିବାକୁ ଗଲେ ନୂଆ Elantra Nରେ ଷ୍ଟାଣ୍ଡାର୍ଡ Elantra ତୁଳନାରେ ସ୍ପୋର୍ଟିୟର ବକେଟ ସିଟ୍ସ ରହିଛି । ଏହା ସହିତ ୪.୨ ଇଞ୍ଚର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ବୋଷ ସ୍ପିକର ସହିତ ୧୦.୨୫ ଇଞ୍ଚର ଇନଫୋଟେନ୍ମେଣ୍ଟ ସିଷ୍ଟମ, କନେକ୍ଟଡ କାର ଟେକ୍ନିକ, ସର୍ଫେସରେ ସଫ୍ଟ-ଟଚ୍‌ ମ୍ୟାଟେରିଆଲ ସହିତ ଅନେକ ଫିଚର ଦିଆଯାଇଛି ।

ଇଞ୍ଜିନ୍ :
ନୂଆ Elantra N କୁ ପାଓ୍ଵାର ଦେବା ପାଇଁ ଏକ ୨.୦ ଲିଟର GDI ଟର୍ବୋ ଚାର୍ଜ ଇଞ୍ଜିନ୍ ବ୍ୟବହାର ହୋଇଛି । ଯାହାକୁ N ରେଞ୍ଜ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ଏହି ଇଞ୍ଜିନ୍ ୨୭୬bhp ପାଓ୍ଵାର ଏବଂ ୩୯୨ Nm ଟର୍କ ଜେନେରେଟ କରିଥାଏ । ଏହା ୬-ସ୍ପିଡ୍ ମାନୁଆଲ୍ କିମ୍ବା ୮-ସ୍ପିଡ୍ DCT ଗିଅରବକ୍ସ ସହିତ ଯୋଡ଼ା ଯାଇଛି । ନୂଆ Elantra Nର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୨୮୦ କିଲୋମିଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.