Photo Credit: Instagram/Pranitha Subhash
ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର। ଏହି ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଲୋକମାନେ ନିଜ ଆଡ଼ୁ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରୁଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ପ୍ରଣିତା ସୁଭାଷ ମଧ୍ୟ ଶ୍ରୀରାମ ମନ୍ଦିର ପାଇଁ ୧ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି।
ଏ ନେଇ ପ୍ରଣିତା ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ସେଥିରେ ସେ କ୍ୟାପସନ୍ ଲେଖିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ୧ଲକ୍ଷ ଟଙ୍କା ଦେବାକୁ ସଂକଳ୍ପ ନେଉଛି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ଐତିହାସିକ କ୍ଷଣରେ ଭାଗୀଦାର ହୁଅନ୍ତୁ। ହ୍ୟାସ୍ଟ୍ୟାଗ୍ ରାମମନ୍ଦିର ନିଧି ସମର୍ପଣ’। ପ୍ରଣିତାଙ୍କର ଏହି ନିଷ୍ପତ୍ତି ଯୋଗୁ ଲୋକମାନେ ବେଶ୍ ଖୁସିଥିବା ଦେଖିବାକୁ ମିଳିଛି ଓ କମେଣ୍ଟ କରି ତାଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି।
କାମ କଥା କହିବା ତ ପ୍ରଣିତା ସୁଭାଷ ଖୁବ୍ଶୀଘ୍ର କନ୍ନଡ଼ ଫିଲ୍ମ ‘ରାମ ଅବତାର’ରେ ନଜର ଆସିବେ। ଏହା ବ୍ୟତୀତ ସେ ଭୁଜ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ମଧ୍ୟ ଦେଖିବାକୁ ମିଳିବେ। ଏହି ଫିଲ୍ମରେ ତାଙ୍କ ସହ ଅଜୟ ଦେବଗନ୍ ପ୍ରମୁଖ ଭୂମିକାରେ ନଜର ଆସିବେ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…