ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଦେଲେ ପ୍ରଣିତା ସୁଭାଷ, ହାତ ଯୋଡ଼ି ଫ୍ୟାନ୍‌ଙ୍କୁ ବି କଲେ ଅନୁରୋଧ

ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର। ଏହି ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଲୋକମାନେ ନିଜ ଆଡ଼ୁ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରୁଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ପ୍ରଣିତା ସୁଭାଷ ମଧ୍ୟ ଶ୍ରୀରାମ ମନ୍ଦିର ପାଇଁ ୧ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି।

ଏ ନେଇ ପ୍ରଣିତା ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ସେଥିରେ ସେ କ୍ୟାପସନ୍‌ ଲେଖିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ୧ଲକ୍ଷ ଟଙ୍କା ଦେବାକୁ ସଂକଳ୍ପ ନେଉଛି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ଐତିହାସିକ କ୍ଷଣରେ ଭାଗୀଦାର ହୁଅନ୍ତୁ। ହ୍ୟାସ୍‌ଟ୍ୟାଗ୍‌ ରାମମନ୍ଦିର ନିଧି ସମର୍ପଣ’। ପ୍ରଣିତାଙ୍କର ଏହି ନିଷ୍ପତ୍ତି ଯୋଗୁ ଲୋକମାନେ ବେଶ୍‌ ଖୁସିଥିବା ଦେଖିବାକୁ ମିଳିଛି ଓ କମେଣ୍ଟ କରି ତାଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି।

କାମ କଥା କହିବା ତ ପ୍ରଣିତା ସୁଭାଷ ଖୁବ୍‌ଶୀଘ୍ର କନ୍ନଡ଼ ଫିଲ୍ମ ‘ରାମ ଅବତାର’ରେ ନଜର ଆସିବେ। ଏହା ବ୍ୟତୀତ ସେ ଭୁଜ : ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ମଧ୍ୟ ଦେଖିବାକୁ ମିଳିବେ। ଏହି ଫିଲ୍ମରେ ତାଙ୍କ ସହ ଅଜୟ ଦେବଗନ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.