Below header

କରଞ୍ଜିଆ: ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଗଲା ୫ ବଖରା ଘର

କରଞ୍ଜିଆ(କେ ନ୍ୟୁଜ): ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ୫ ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦିଗଧର ଗ୍ରାମପଞ୍ଚାୟତର ଖୁଣ୍ଟାପୋସି ଗ୍ରାମର ସାଙ୍ଖ ପଇଦାଙ୍କର ଥିବା ୫ ବଖରା ଚାଳଘରେ ବିଳମ୍ବିତ ରାତିରେ ଘର ପଛ ପଟରୁ ହଠାତ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଓ ସାହି ପଡ଼ୋଶା ଲୋକେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଆୟତ୍ତ କରିପାରି ନଥିଲେ ।

ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ତାଙ୍କର ୫ ବଖରା ଘର ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଘର ଭିତରେ ତାଙ୍କର ଥିବା ସମସ୍ତ ଆସବାବ ପତ୍ର ସହ ଧାନ ଚାଉଳ ଏବଂ ଆବଶକୀୟ କାଗଜ ପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଜଣା ଯାଇଛି। ତେବେ ଗରିବ ଆଦିବାସୀ ପଇଦାଙ୍କୁ ସରକାରୀ ସାହାୟତ ଯୋଗାଇ ଦେବାପାଇଁ ଦାବି କରିଛନ୍ତି ଗାଁ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.