Categories: ମନୋରଂଜନ

‘ଟପ୍‌-୧୦ ଫେକ୍‌ ଇନଷ୍ଟା ଫଲୋୟର୍ସ’ ଲିଷ୍ଟରେ ଦୀପିକା-ପ୍ରିୟଙ୍କା, ଏହି କ୍ରିକେଟର ମଧ୍ୟ ସାମିଲ

ବଲିଉଡ୍‌ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ କେବଳ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀ ନୁହେଁ, ବରଂ ହଲିଉଡରେ ମଧ୍ୟ ନିଜର ନାଁ କମାଇଛନ୍ତି। ତେବେ ଆପଣଙ୍କୁ ଜଣା ଅଛି କି, ଏମାନଙ୍କ ନାମ ଫେକ୍‌ ଇନଷ୍ଟା ଫଲୋୟର୍ସ ଲିଷ୍ଟରେ ଟପ୍‌-୧୦ରେ ରହିଛି। କେବଳ ଏହି ଦୁଇ ଅଭିନେତ୍ରୀ ନୁହନ୍ତି, ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ମଧ୍ୟ ଅଛନ୍ତି ଫେକ୍‌ ଇନଷ୍ଟା ଫଲୋୟର୍ସ, ଯେଉଁମାନଙ୍କ ତାଲିକା ୧ କୋଟିରୁ ଅଧିକ ହେବ।

 

ଦ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କଣ୍ଟେମ୍ପୋରାରି ମ୍ୟୁଜିକ୍‌ ପରଫର୍ମାନ୍ସର ଏକ ଗବେଷଣାରେ ଏହି ପ୍ରସଙ୍ଗର ଖୁଲାସା ହୋଇଛି। ରିସର୍ଚ୍ଚ ବେଳେ ବିଶ୍ୱର ଜଣାଶୁଣା ସେଲିବ୍ରିଟିିଙ୍କର ସୋସିଆଲ ମିଡିଆ ଫଲୋୟର୍ସଙ୍କୁ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପ୍ରିୟଙ୍କା ଓ ଦୀପିକାଙ୍କ ଫେକ୍‌ ଆକାଉଣ୍ଟ ଫଲୋୟର୍ସଙ୍କ ସଂଖ୍ୟା ଢେର୍‌ ଅଧିକ ରହିଥିଲା।

ଏହାସହ ପଢ଼ନ୍ତୁ: ଅନୁଷ୍କାଙ୍କ ପଶୁପ୍ରୀତି, ପଶୁ କ୍ରୁରତା ନିୟମରେ ପରିବର୍ତ୍ତନ କରିବାକୁ ଦାବି

ରିପୋର୍ଟ ମୁତାବକ, ଦୀପିକା ପାଦୁକୋନ ଫେକ୍‌ ଇନଷ୍ଟାଗ୍ରାମ୍‌ ଫଲୋୟର୍ସ ଲିଷ୍ଟରେ ନମ୍ବର ୬ରେ ରହିଛନ୍ତି। ତାଙ୍କ ଫେକ୍‌ ଫଲୋୟର୍ସଙ୍କ ସଂଖ୍ୟା ରହିଛି ୪୫ ପ୍ରତିଶତ, ଯେଉଁଥିରେ ୧୩ କୋଟିରୁ ୬ କୋଟି ହେଉଛନ୍ତି ଫେକ୍‌ ବା ନକଲି ଫଲୋୟର୍ସ। ସେପଟେ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୪୫ ପ୍ରତିଶତ ଅଛି ଏବଂ ସେ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ଓ ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ରହିଛି ୧୧ କୋଟିରୁ ଊର୍ଦ୍ଧ୍ୱ। ସେଥିମଧ୍ୟରୁ ୪କୋଟିରୁ ଊର୍ଦ୍ଧ୍ୱ ହେଉଛନ୍ତି ଫେକ୍‌ ଫଲୋୟର୍ସ।

 

ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରିୟଙ୍କା ନିଜର ପୋଷ୍ଟ ପାଇଁ ୨ ଲକ୍ଷ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ୧ କୋଟି ୯୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇଥାଆନ୍ତି। ଏହାର ଅର୍ଥ ପ୍ରିୟଙ୍କା ଗୋଟିଏ ପୋଷ୍ଟ ପାଇଁ ପାଖାପାଖି ୨ କୋଟି ଟଙ୍କା ଚାର୍ଜ କରିଥାଆନ୍ତି। ଫେକ୍‌ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ଭାରତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ବହୁତ ଆଗରେ ରହିଛନ୍ତି। ତାଙ୍କର ଫେକ୍‌ ଇନଷ୍ଟାଗ୍ରାମ ଏବଂ ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ୪୪ ପ୍ରତିଶତ ରହିଛି। ଅର୍ଥାତ୍‌ ତାଙ୍କର ୬ କୋଟିରୁ ୨ କୋଟି ହେଉଛନ୍ତି ଫେକ୍‌ ଫଲୋୟର୍ସ।

 

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

26 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

2 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

2 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

2 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

3 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

4 hours ago