‘ଟପ୍-୧୦ ଫେକ୍ ଇନଷ୍ଟା ଫଲୋୟର୍ସ’ ଲିଷ୍ଟରେ ଦୀପିକା-ପ୍ରିୟଙ୍କା, ଏହି କ୍ରିକେଟର ମଧ୍ୟ ସାମିଲ
ବଲିଉଡ୍ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ କେବଳ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀ ନୁହେଁ, ବରଂ ହଲିଉଡରେ ମଧ୍ୟ ନିଜର ନାଁ କମାଇଛନ୍ତି। ତେବେ ଆପଣଙ୍କୁ ଜଣା ଅଛି କି, ଏମାନଙ୍କ ନାମ ଫେକ୍ ଇନଷ୍ଟା ଫଲୋୟର୍ସ ଲିଷ୍ଟରେ ଟପ୍-୧୦ରେ ରହିଛି। କେବଳ ଏହି ଦୁଇ ଅଭିନେତ୍ରୀ ନୁହନ୍ତି, ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ମଧ୍ୟ ଅଛନ୍ତି ଫେକ୍ ଇନଷ୍ଟା ଫଲୋୟର୍ସ, ଯେଉଁମାନଙ୍କ ତାଲିକା ୧ କୋଟିରୁ ଅଧିକ ହେବ।
ଦ ଇନଷ୍ଟିଚ୍ୟୁଟ୍ ଅଫ୍ କଣ୍ଟେମ୍ପୋରାରି ମ୍ୟୁଜିକ୍ ପରଫର୍ମାନ୍ସର ଏକ ଗବେଷଣାରେ ଏହି ପ୍ରସଙ୍ଗର ଖୁଲାସା ହୋଇଛି। ରିସର୍ଚ୍ଚ ବେଳେ ବିଶ୍ୱର ଜଣାଶୁଣା ସେଲିବ୍ରିଟିିଙ୍କର ସୋସିଆଲ ମିଡିଆ ଫଲୋୟର୍ସଙ୍କୁ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପ୍ରିୟଙ୍କା ଓ ଦୀପିକାଙ୍କ ଫେକ୍ ଆକାଉଣ୍ଟ ଫଲୋୟର୍ସଙ୍କ ସଂଖ୍ୟା ଢେର୍ ଅଧିକ ରହିଥିଲା।
ଏହାସହ ପଢ଼ନ୍ତୁ: ଅନୁଷ୍କାଙ୍କ ପଶୁପ୍ରୀତି, ପଶୁ କ୍ରୁରତା ନିୟମରେ ପରିବର୍ତ୍ତନ କରିବାକୁ ଦାବି
ରିପୋର୍ଟ ମୁତାବକ, ଦୀପିକା ପାଦୁକୋନ ଫେକ୍ ଇନଷ୍ଟାଗ୍ରାମ୍ ଫଲୋୟର୍ସ ଲିଷ୍ଟରେ ନମ୍ବର ୬ରେ ରହିଛନ୍ତି। ତାଙ୍କ ଫେକ୍ ଫଲୋୟର୍ସଙ୍କ ସଂଖ୍ୟା ରହିଛି ୪୫ ପ୍ରତିଶତ, ଯେଉଁଥିରେ ୧୩ କୋଟିରୁ ୬ କୋଟି ହେଉଛନ୍ତି ଫେକ୍ ବା ନକଲି ଫଲୋୟର୍ସ। ସେପଟେ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୪୫ ପ୍ରତିଶତ ଅଛି ଏବଂ ସେ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ଓ ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ରହିଛି ୧୧ କୋଟିରୁ ଊର୍ଦ୍ଧ୍ୱ। ସେଥିମଧ୍ୟରୁ ୪କୋଟିରୁ ଊର୍ଦ୍ଧ୍ୱ ହେଉଛନ୍ତି ଫେକ୍ ଫଲୋୟର୍ସ।
View this post on Instagram
ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରିୟଙ୍କା ନିଜର ପୋଷ୍ଟ ପାଇଁ ୨ ଲକ୍ଷ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ୧ କୋଟି ୯୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇଥାଆନ୍ତି। ଏହାର ଅର୍ଥ ପ୍ରିୟଙ୍କା ଗୋଟିଏ ପୋଷ୍ଟ ପାଇଁ ପାଖାପାଖି ୨ କୋଟି ଟଙ୍କା ଚାର୍ଜ କରିଥାଆନ୍ତି। ଫେକ୍ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ଭାରତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ବହୁତ ଆଗରେ ରହିଛନ୍ତି। ତାଙ୍କର ଫେକ୍ ଇନଷ୍ଟାଗ୍ରାମ ଏବଂ ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ୪୪ ପ୍ରତିଶତ ରହିଛି। ଅର୍ଥାତ୍ ତାଙ୍କର ୬ କୋଟିରୁ ୨ କୋଟି ହେଉଛନ୍ତି ଫେକ୍ ଫଲୋୟର୍ସ।