ସାବାସ୍ : ହନୁମାନଙ୍କ ପରି ଦୁଇ କାନ୍ଧରେ ପିଲାଙ୍କୁ ବସାଇ ବନ୍ୟା ପାଣିରୁ ରକ୍ଷା କଲେ ଏହି ପୋଲିସ ବାବୁ

ପ୍ରବଳ ବର୍ଷା ଯୋଗୁ ଗୁଜରାଟର ଅନେକ ଜିଲ୍ଲା ପ୍ରଭାବିତ । ବନ୍ୟା ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଏହି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ଜଣେ ପୋଲିସ କର୍ମଚାରୀ ପାଣିରେ ଫସି ରହିଥିବା ଦୁଇ ପିଲାଙ୍କୁ କାନ୍ଧରେ ବସାଇ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ଲୋକେ ତାଙ୍କୁ ହନୁମାନ ପୋଲିସ ବାବୁ ବୋଲି କହୁଛନ୍ତି । ହନୁମାନ ଯେପରି ଭଗବାନ ରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ନେଇ ଯାଇଥିଲେ । ଠିକ୍ ସେହିପରି ବନ୍ୟା ପାଣି ଭିତରୁ ଦୁଇ ପିଲାଙ୍କୁ କାନ୍ଧରେ ବସାଇ ଆଣିଥିଲେ ପୃଥ୍ଵୀରାଜ ଜାଡେଜା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.