Below header

ଡାକ୍ତର କି ନର୍ସ ନୁହଁ ରୋଗୀ ସେବା କରୁଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ, ଚିକିତ୍ସାଳୟରେ ଇଞ୍ଜେକସନ୍ ଦେଉଥିବାର ଭିଡିଓ ଭାଇରାଲ

କରଞ୍ଜିଆ (କେନ୍ୟୁଜ୍) : ଡାକ୍ତର କି ନର୍ସ ନୁହଁ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ । ମେଡିସିନ୍ ବିଭାଗର ଜେଣ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଛନ୍ତି ଚିକିତ୍ସାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏଠି ପ୍ରଶ୍ନ ଉଠୁଛି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଇଞ୍ଜେକ୍ସନ୍ ଦେବା ପାଇଁ ଅନୁମତି ଦେଲା କିଏ ? ତେବେ ଏହି ଘଟଣାକୁ ସ୍ୱୀକାର କରିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ । ସେ କହିଛନ୍ତି, ଏବେ ନୂଆ ବିଲ୍ଡିଂ କାମ ଚାଲୁଅଛି । ପୂରୁଣା ବିଲ୍ଡିଂରେ ଯେଉଁ ରୋଗୀ ଅଛନ୍ତି, ସେମାନଙ୍କ ପାଇଁ ରାତିରେ ଡ୍ୟୁଟିରେ ଜଣେ ମାତ୍ର ଅଛନ୍ତି । ତେଣଉ ୫୦-୬୦ ରୋଗୀଙ୍କ ପାଇଁ ଜଣେ କାର‌୍ୟ୍ୟ କରିବା ସହଜ ନୁହଁ । କରଞ୍ଜିଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଅନେକ ଅନଭିଜ୍ଞ ଲୋକ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ହସ୍ପିଟାର ସିକ୍ୟୁରିଟି ଗାର୍ଡ ମଧ୍ୟ ରୋଗୀଙ୍କ ଇଞ୍ଜେକସନ୍ ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.