Below header

ଏବେ ସିଙ୍ଗଲ ପୁରୁଷ ସୈନିକଙ୍କୁ ମିଳିବ ପିଲାଙ୍କ ଦେଖାଶୁଣା ଛୁଟି, ପ୍ରତିରକ୍ଷାମନ୍ତ୍ରୀ ଦେଲେ ମଞ୍ଜୁରୀ

ସରକାର ଏବେ ଏକା ଜୀବନ ବିତାଉଥିବା ପୁରୁଷ ସୈନିକମାନଙ୍କୁ ମଧ୍ୟ ଚାଇଲଡ କେୟାର ଲିଭ (CCL)ଦେବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମହିଳା ଅଧିକାରୀମାନଙ୍କ କ୍ଷେତ୍ରରେ ମଧ୍ୟ CCLରେ କୋହଳ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସିସିଏଲ କେବଳ ସୁରକ୍ଷା ବଳୟର ମହିଳା ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ନିଷ୍ପତ୍ତି DOPT (Department Of Personnel and Training)ର ଆଦେଶ ଅନୁଯାୟୀ ହୋଇଛି । ଏହି ସୂଚନା ଶନିବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆ ଯାଇଥିଲା ।

ଏହାସହ ପଢନ୍ତୁ ପ୍ରତୀକ୍ଷାର ହେଲା ଅନ୍ତ, ସୋନିଆ ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା

ନିକଟରେ DOPT ଏହି ଧାରାରେ କିଛି ସଂଶୋଧନ ଆଣିଥିଲେ ଯାହାଦ୍ୱାରା ଅଣସୈନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ସିସିଏଲ ଦିଆଯାଇପାରିବ । ଏହାଦ୍ୱାରା ମହିଳା କର୍ମଚାରୀ ମାନଙ୍କୁ ଦିଆଯାଉଥିବା ସିସିଏଲ ସରକାରୀ ପୁରୁଷ କର୍ମଚାରୀ ମାନଙ୍କୁ ମଧ୍ୟ ଦିଆଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ସିସିଏଲ ନେବାପାଇଁ ପ୍ରଥମେ ୪୦ପ୍ରତିଶତ ବିକଳାଙ୍ଗ ଥିବା ପିଲା ପକ୍ଷରେ ୨୨ବର୍ଷ ପର୍ଯ୍ୟନ୍ତ ଥିବା ବୟସ ସୀମାକୁ ହଟାଇ ଦିଆଯିବ । ଏହାସହିତ ସିସିଏଲ ନେବାପାଇଁ ସର୍ବନିମ୍ନ ଅବଧିକୁ ୧୫ ଦିନରୁ କମ କରାଯାଇ ୫ଦିନ କରି ଦିଆଯିବ ।

ଏହି ସୁବିଧା ଯୋଗାଇ ଦେବାକୁ ପ୍ରତିରକ୍ଷା କର୍ମଚାରୀ (defense personnel)ମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ପ୍ରସ୍ତାବକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ସିଙ୍ଗଲ (କୌଣସି କାରଣରୁ ଜୀବନସାଥୀ ବିନା ଜୀବନ କାଟୁଥିବା ବ୍ୟକ୍ତି) ପୁରୁଷ ସୈନ୍ୟ ମାନେ ମଧ୍ୟ ସିସିଏଲର ଲାଭ ଉଠାଇପାରିବେ । ସିଙ୍ଗଲ ପୁରୁଷ ସୈନ୍ୟ କର୍ମଚାରି ଏବଂ ସୁରକ୍ଷା ବଳୟର ମହିଳା ଅଧିକାରୀ ମଧ୍ୟ ୪୦ ପ୍ରତିଶତ ବିକଳାଙ୍ଗ ପିଲାଙ୍କ କ୍ଷେତ୍ରରେ ସିସିଏଲର ଲାଭ ଉଠାଇପାରିବେ ଏବଂ ଏଥିପାଇଁ ପିଲାର କୌଣସି ବୟସସୀମା ରହିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.