Categories: ମନୋରଂଜନ

ସତ ନା ଗୁଜବ ? କଣ ଅଲଗା ହେବେ ପ୍ରିୟଙ୍କା ଏବଂ ନିକ୍ . . . .

ଦୋଛକିରେ ଦାମ୍ପତ୍ୟ । ବିବାହର ମାତ୍ର ୩ ମାସ ନପୁରୁଣୁ ହୋଇପାରେ ବିଛେଦ । ପରସ୍ପର ସହ ଖୁସି ନାହାଁନ୍ତି ତେଣୁ ଛାଡପତ୍ର ପାଇଁ ଆଗକୁ ବଢିସାରିଲେଣି । ଆଜ୍ଞା ହଁ, ପ୍ରିୟଙ୍କା ଏବଂ ନିକଙ୍କୁ ନେଇ ଏମିତି କିଛି ଗୁଜବ ଶୁଣିବାକୁ ମିଳିଛି । ଏଭଳି ଏକ ଖବର ପ୍ରକାଶ କରିଛି ୟୁଏସର ଓକେ ମାଗାଜିନ୍ ।

ଏହି ଖବର ମୂତାବକ, ଉଭୟ ଖୁବ୍ ଶୀଘ୍ର ପରସ୍ପରର ପ୍ରେମରେ ପଡି ବିବାହ କରିଥିଲେ । ଯାହା ଫଳରେ ପରସ୍ପରକୁ ବୁଝିବାକୁ ସମୟ ପାଇନଥିଲେ । ତେଣୁ ଏବେ ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଛି । ଏବେ ସେମାନଙ୍କ ବିବାହ କୌଣସି ବି ମୁହୂର୍ତ୍ତରେ ବିଛେଦର ରୂପ ନେଇପାରେ ।

ମିଳିଥିବା ରିପୋର୍ଟ ମୂତାବକ, ବିବାହ ପରେ ପ୍ରିୟଙ୍କା ଶାନ୍ତ ଏବଂ ସହଜ ହୋଇଯିବେ ବୋଲି ଭାବୁଥିଲେ ନିକ୍ । କିନ୍ତୁ ଏବେ ନିକଙ୍କୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି ପ୍ରିୟଙ୍କା । ଛୋଟ ଛୋଟ କଥାରେ ରାଗିଯାଉଛନ୍ତି, ଯାହା ବିଷୟରେ ନିକ୍ ଜାଣିନଥିଲେ । ଅନ୍ୟପଟେ ନିକଙ୍କ ପରିବାର ମଧ୍ୟ ଏହି ବିବାହକୁ ଶେଷ କରିବାକୁ ଚାହୁଁଛନ୍ତି । କାରଣ ସେମାନଙ୍କୁ ଲାଗୁଥିଲା ପ୍ରିୟଙ୍କା ଜଣେ ମାଚ୍ୟୋର ମହିଳା ଥିଲେ, ଯିଏ ଘର ସମ୍ଭାଳିବା ଏବଂ ପିଲା ଜନ୍ମ କରିବାକୁ ପ୍ରସ୍ତୁତ । କିନ୍ତୁ ଏବେ ଜଣା ପଡୁଛି ସେ ଜଣେ ପାର୍ଟି ପ୍ରେମୀ ଝିଅ । ଯିଏ ଏମିତି ବ୍ୟବହାର କରୁଛି ଯେମିତି ସେ ଜଣେ ୨୧ ବର୍ଷର ଝିଅ ।

ତେବେ ଅନ୍ୟ ଏକ ରିପୋର୍ଟ ମୂତାବକ , ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ତିଳେ ମାତ୍ର ସତ୍ୟତା ନାହିଁ ଏହି ଖବରରେ । ଓକେ ମାଗାଜିନ୍ ପ୍ରିୟଙ୍କା ଏବଂ ନିକଙ୍କୁ ନେଇ ଏପରି ଗୁଜବ କରୁଥିବାର ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ଡିସେମ୍ବରରେ ଏହି ମାଗାଜିନ୍ ଏକ ଖବର ପ୍ରକାଶ କରିଥିଲା ଯେଉଁଥିରେ ଦାବି କରାଯାଇଥିଲା ବିବାହ ପରେ କେଉଁଠି ରହିବେ ବୋଲି ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଝଗଡା ହେଉଛି ।

ଅନ୍ୟପଟେ ନିକ୍ ଏବଂ ପ୍ରିୟଙ୍କା ଏପରି ଫଟୋ ସାମ୍ନାକୁ ଆସିଛି ଯାହା ଏସବୁ ଖବରକୁ ମିଛ ବୋଲି ପ୍ରମାଣିତ କରୁଛି । ନିକଟରେ ନିଜ ପରିବାର ସହ ଛୁଟି ମନାଉଥିବା ପ୍ରିୟଙ୍କା ଖୁବ୍ ଖୁସି ନଜର ଆସୁଛନ୍ତି । ଏବଂ ନିକ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ଥିବା ଜବରଦସ୍ତ ବଣ୍ଡିଂ ଏବଂ ପ୍ରେମକୁ ମଧ୍ୟ ବଖାଣୁଛି ଏହି ସବୁ ଫଟୋ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago