କ୍ରିସ୍ମାସ୍ ସମସ୍ତଙ୍କ ପାଇଁ ଖୁବ୍ ଖାସ୍ ହୋଇଥାଏ। ଏ ଅବସରରେ ପିଲାଠୁ ବୁଢ଼ା ଯାଏଁ ପରସ୍ପରକୁ ଉପହାର ଦେଇଥାନ୍ତି। କେବଳ ଉପହାର ଆଦାନପ୍ରଦାନ ନୁହେଁ ଭଲ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇଥାନ୍ତି। କ୍ରିସମାସ୍ରେ ଖାସ୍ କରି କେକ୍ କୁକିଜ୍ ଭଳି ମିଠା ତିଆରି କରାଯାଏ।
କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ କ୍ରିସମାସ୍କୁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଛନ୍ତି। ବଡ଼ଦିନ ଅବସରରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ଙ୍କ ସହ ମିଶି ଘରେ କୁକିଜ୍ ପ୍ରସ୍ତୁତ କରିଛନ୍ତି। ଏହାର ଭିଡିଓ ଉଭୟ ନିକ୍ ଓ ପ୍ରିୟଙ୍କା ଚୋପ୍ରା ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ନିକ୍ ଭିଡିଓ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ସମସ୍ତଙ୍କୁ ମେରି କ୍ରିସ୍ମାସ୍।
ଭିଡିଓରେ ପ୍ରିୟଙ୍କା କେକ୍ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏଥିରେ ନିକ୍ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି। ନିକ୍ କେକ୍କୁ ଡେକୋରେଟ୍ କରୁଥିବା ନଜର ଆସିଛି।
ବର୍ତ୍ତମାନ ଉଭୟ ନିକ୍ ଓ ପ୍ରିୟଙ୍କା କାମ ଯୋଗୁ ବ୍ୟସ୍ତଥିଲେ ମଧ୍ୟ ଏକାଠି କ୍ରିସ୍ମାସ୍ ପାଳନ କରିଛନ୍ତି। ପ୍ରିୟଙ୍କା ଏବେ ଆଗାମୀ ଫିଲ୍ମ ଦ ହ୍ଵାଇଟ୍ ଟାଇଗରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଲିଡ୍ ରୋଲ୍ରେ ରାଜକୁମାର ରାଓ ନଜର ଆସିବେ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…