ନିକ୍‌ଙ୍କ ସହ ମିଶି କ୍ରିସ୍‌ମାସ୍‌ରେ କୁକିଜ୍‌ ବନାଇଲେ ପ୍ରିୟଙ୍କା, ଦେଖନ୍ତୁ ଭାଇରାଲ ଭିଡିଓ

କ୍ରିସ୍‌ମାସ୍‌ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ। ଏ ଅବସରରେ ପିଲାଠୁ ବୁଢ଼ା ଯାଏଁ ପରସ୍ପରକୁ ଉପହାର ଦେଇଥାନ୍ତି। କେବଳ ଉପହାର ଆଦାନପ୍ରଦାନ ନୁହେଁ ଭଲ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇଥାନ୍ତି। କ୍ରିସମାସ୍‌ରେ ଖାସ୍‌ କରି କେକ୍‌ କୁକିଜ୍‌ ଭଳି ମିଠା ତିଆରି କରାଯାଏ।

କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ କ୍ରିସମାସ୍‌କୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ବଡ଼ଦିନ ଅବସରରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ଙ୍କ ସହ ମିଶି ଘରେ କୁକିଜ୍‌ ପ୍ରସ୍ତୁତ କରିଛନ୍ତି। ଏହାର ଭିଡିଓ ଉଭୟ ନିକ୍‌ ଓ ପ୍ରିୟଙ୍କା ଚୋପ୍ରା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ନିକ୍‌ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ସମସ୍ତଙ୍କୁ ମେରି କ୍ରିସ୍‌ମାସ୍‌।

 

View this post on Instagram

 

Merry Christmas Eve y’all! 🎄

A post shared by Nick Jonas (@nickjonas) on

ଭିଡିଓରେ ପ୍ରିୟଙ୍କା କେକ୍‌ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏଥିରେ ନିକ୍‌ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି। ନିକ୍‌ କେକ୍‌କୁ ଡେକୋରେଟ୍‌ କରୁଥିବା ନଜର ଆସିଛି।

 

View this post on Instagram

 

Dogs and Christmas. 🐶 🎄 Wishing you all the best with your loved ones. @priyankachopra

A post shared by Nick Jonas (@nickjonas) on

 

View this post on Instagram

 

Merry Christmas from us to you. 🎄❤️

A post shared by Nick Jonas (@nickjonas) on

ବର୍ତ୍ତମାନ ଉଭୟ ନିକ୍‌ ଓ ପ୍ରିୟଙ୍କା କାମ ଯୋଗୁ ବ୍ୟସ୍ତଥିଲେ ମଧ୍ୟ ଏକାଠି କ୍ରିସ୍‌ମାସ୍‌ ପାଳନ କରିଛନ୍ତି। ପ୍ରିୟଙ୍କା ଏବେ ଆଗାମୀ ଫିଲ୍ମ ଦ ହ୍ଵାଇଟ୍‌ ଟାଇଗରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଲିଡ୍‌ ରୋଲ୍‌ରେ ରାଜକୁମାର ରାଓ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.