Below header

ନୂଆ ବର୍ଷରେ ଭାରତୀୟ ବଜାରରେ Xiaomi କମ୍ପାନୀ ଲଞ୍ଚ କରିବ Mi Note 10 Pro

ଚୀନର ସ୍ମାର୍ଟ ଫୋନ ନିର୍ମାଣକାରୀ କମ୍ପାନୀ ସାଓମି( Xiaomi) ନିଜ ନୋଟ ୧୦ ସିରିଜର (Mi Note 10 Pro)କୁ ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଏହା ପୂର୍ବରୁ Mi Note 10 Proସ୍ମାର୍ଟ ଫୋନକୁ ସ୍ପେନରେ କମ୍ପାନୀ ଲଞ୍ଚ କରିଥିଲା । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫୋନକୁ ନୂଆ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ ଲଞ୍ଚ କରିବା ନେଇ ଲକ୍ଷ ରଖିଛି । ଏଥିରେ ୟୁଜର୍ସ ମାନଙ୍କୁ ୧୦୮ ମେଗାପିକସାଲର ପ୍ରାଇମେରୀ ସେନ୍ସର, ଏଚଡି ଡିଷ୍ପ୍ଲେ ଓ ଦମଦାର ପ୍ରୋସେସରର ସୁବିଧା ମିଳିଯାଇପାରିବ । ସୂତ୍ର ଅନୁଯାୟୀ ଏହି ଫୋନର ଦର ଭାରତୀୟ ବଜାରରେ ୫୦,୦୦୦ ରୁ ୫୫,୦୦୦ ହଜାର ଭିତରେ ରହିବ ବୋଲି ଆଶା କରାଯାଉଛି ।

mi note

ଏହା ପୂର୍ବରୁ ସାଓମି ଏହି ଫୋନର ୮ ଜିବି ରାମ ଵାଲା ଭେରିୟାଣ୍ଟ କୁ ୬୪୯ ୟୁରୋ ପ୍ରାଇସ ଟ୍ୟାଗ ସହ ସ୍ପେନ ବଜାରରେ ଲଞ୍ଚ କରିଥିଲେ । ଏହି ଫୋନଟି ଗ୍ଲସିୟର ହ୍ୱାଇଟ, ଗ୍ରୀନ, ମିଡ଼ନାଇଟ ବ୍ଲାକ ରଙ୍ଗରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହେବ । କମ୍ପାନୀ ଏହି ଫୋନରେ ୬.୪୭ ଇଞ୍ଚର କଭର ଡିଷ୍ପ୍ଲେର ସୁବିଧା ଦେଇଛି । ଯାହାର ରିସୋଲୁସନ 1080 X 2340  ହିଁ ହେବ । ଏହା ସହ ଭଲ ପରଫରମାନ୍ସ ପାଇଁ ଫୋନକୁ ଅକଟାକୋର କଳକମ ସ୍ନେପଡ୍ରାଗନ ୭୩୦ଜି ଚିପସେଟର ବ୍ୟବସ୍ଥା ଦିଆଯାଇଛି । ଏହି ଫୋନଟି ୯ ପାଇ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ ।
Note 10 Proରେ କ୍ୟାମେରାରେ ପେଣ୍ଟ କ୍ୟାମେରାର ସେଟଅପ ବ୍ୟବସ୍ଥା ଦିଆଯାଇଛି । ଆଉ ମଧ୍ୟ ଏଥିରେ ୧୦୮ ମେଗା ପିକପିକ୍ସଲ ପ୍ରାଇମେରୀ ସେନ୍ସର, ୨୦ ମେଗାପିକ୍ସଲର ହ୍ୱାଇଟ ଏଙ୍ଗଲ ଲେନ୍ସ, ୧୨ ମେଗାପିକ୍ସଲର ସଟ ଟେଲିଫଟୋ ଲେନ୍ସ ଓ ଦୁଇ ମେଗା ପିକସାଲରର କ୍ୟାମେରା ବ୍ୟବସ୍ଥା ଦିଆଯାଇଛି । ୩୨ ମେଗାପିକ୍ସଲ ସହ ଗ୍ରାହକ ମାନେ ମଧ୍ୟ ଏହା ସାହାଯ୍ୟରେ ଜବରଦସ୍ତ ସେଲ୍ଫି ଉଠେଇ ପାରିବେ । କନେକ୍ଟିଭିଟି କଥା କହିଲେ କମ୍ପାନୀ ଏହି ଫୋନରେ ଡୁଆଲ ନାନୋ ସିମ, ୪ ଜି ଭୋଟିଂ, ୱାଇ ଫାଇ, ବ୍ଲୁଟୁଥ ୫.୦ ଓ ୩.୫ ଏମଏଚର ସୁବିଧା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.