ଏମିତି ବି ଆସେ ମୃତ୍ୟୁ, ନାତିର ମୃତ୍ୟୁ ଖବର ଶୁଣି ଚାଲିଗଲା ଜେଜେମା’ର ଜୀବନ

କଣ୍ଟାବାଞ୍ଜି (କେନ୍ୟୁଜ୍) : ଏମିତି ବି ଆସେ ମୃତ୍ୟୁ । ନାତିର ମୃତ୍ୟୁ ଖବର ଶୁଣି ଚାଲିଗଲା ଜେଜେମା’ର ଜୀବନ । କଣ୍ଟାବାଞ୍ଜି ମୁରିବାହାଲ ଥାନା ଡଙ୍ଗରପଡ଼ା ଗାଁରେ ଘଟିଛି ଅଘଟଣ । ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ନାତିର ମୃତ୍ୟୁ ଖବର ଶୁଣି ଜେଜେମା ଯଶୋଦା ନାଏକଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଘରୁ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଘଣ୍ଟବାହାଲ ଗାଁର ଜଣେ ବ୍ୟକ୍ତିଙ୍କ ଘରର ଛାତରେ ଲୁହା ଛଡ କାମ କରୁଥିବା ସମୟରେ ଅସାବଧାନତା ଯୋଗୁ ନାତି ଚନ୍ଦ୍ର ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ମୁରିବାହଲ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.