Below header

ମାର୍କିଂ ସିଷ୍ଟମ ବଦଳାଇଲା CBSE ବୋର୍ଡ, ଏବେ ଉପକୃତ ହେବେ ଛାତ୍ର-ଛାତ୍ରୀ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀମାନଙ୍କୁ ଘୋଷା ପାଠରୁ ଦୂରେଇ ରଖିବା ପାଇଁ ନୂତନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ନେଇ ସିବିଏସଇ ସିଷ୍ଟମ ନିଜର ମାର୍କିଂଗ ସିଷ୍ଟମରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ବର୍ତ୍ତମାନ ବହିରେ ଲେଖାଯାଇଥିବା ଉତ୍ତର ଲେଖିବା ବ୍ୟତୀତ ନିଜେ ବୁଝିଥିବା ଉତ୍ତର ଲେଖିବା ଦ୍ୱାରା ଅଧିକ ମାର୍କ ଦିଆଯିବ। ରିପୋର୍ଟ ଅନୁଯାୟୀ ବୋର୍ଡ ପକ୍ଷରୁ ଏହି ସୂଚନା ସିବିଏସଇ ପରିଚାଳିତ ସ୍କୁଲରେ ଜାରି ହୋଇଛି।

examସୂଚନା ମୁତାବକ ସ୍କୁଲରେ ସମସ୍ତ ବିଦ୍ୟାର୍ଥୀଙ୍କୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ପାଇଁ ନିର୍ଦେଶ କରାଯାଇଛି। ଏହାଦ୍ୱାରା ବିଦ୍ୟାର୍ଥୀ ଯେପରି ସମୟ ଅନୁସାରେ ଉତ୍ତର ଲେଖିପାରିବେ। ପରୀକ୍ଷାରେ ଯଦି କୌଣସି ବିଦ୍ୟାର୍ଥୀ ନିଜ ଭାଷାରେ ପ୍ରଶ୍ନର ଉତ୍ତର ଅଧା ଦେଇଥାନ୍ତି ତେବେ ମଧ୍ୟ ମାର୍କିଂ କରାଯିବ।
ସିବିଏସଇ ପକ୍ଷରୁ ମାର୍କିଂ ସିଷ୍ଟମରେ ପରିବର୍ତ୍ତନ କରିବାକୁ ନେଇ ବିଦ୍ୟାର୍ଥୀଙ୍କୁ ଏହାର ଲାଭ ହେବା ପାଇଁ ପରୀକ୍ଷା ଯାଞ୍ଚ ପୂର୍ବରୁ ପରୀକ୍ଷକଙ୍କ ବୈଠକ କରାଯିବ। ଏହାଦ୍ୱାରା ନୂଆ ବ୍ୟବସ୍ଥାରେ ବିଦ୍ୟାର୍ଥୀମାନେ ପ୍ରଶ୍ନ ବୁଝି ନିଜ ଭାଷାରେ ଉତ୍ତର ଦେଇପାରିବେ। ଏହି ନୂଆ ମାର୍କିଂ ସିଷ୍ଟମ ଦ୍ୱାରା ବିଦ୍ୟାର୍ଥୀମାନେ ଲାଭ ପାଇପାରିବେ।

cbseରିପୋର୍ଟ ଅନୁଯାୟ ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଜାରି ହୋଇସାରିଛି। ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜାରି ରହିବ। ବିଦ୍ୟାର୍ଥୀମାନେ ମନରେ ଡର ନରଖି ଶାନ୍ତି ମନରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ଟାଇମ୍‌ ଟେବୁଲ ତିଆରି କରି ପାଠ ପଢନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.