ମାର୍ଶାଘାଇ : ନଦୀରୁ ଅଜଣା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ମାର୍ଶାଘାଇ (କେନ୍ୟୁଜ୍) : ନଦୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମାର୍ଶାଘାଇ କୁଆଁରପାଳ ନିକଟ ଲୁଣାନଦୀରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନଦୀରେ ଭାସୁଥିବା ବେଳେ ମୃତ ଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ । ମୃତ ଛାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । କଟକ ନେମାଳ ଥାନା ବରପ଼ଡ଼ା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.