Below header

ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରୀୟ ଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ସବୁଠି ପାଳନ କରାଯିବ ପ୍ରତିଷ୍ଠା ଦିବସ । ଅପରାହ୍‌ଣରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେବେ । କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ ସୁପ୍ରିମୋ । ଏହି ଅବସରରେ ନବୀନ ଦଳୀୟ କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ କିଛି ବଡ଼ ଘୋଷଣା କରିପାରନ୍ତି । ବିଜୁ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ନାଁରେ ଗଠିତ ବିଜେଡି ଓଡ଼ିଶାବାସୀଙ୍କ ବେଶ ବିଶ୍ୱାସଭାଜନ ହୋଇପାରିଛି । ଲଗାତର ପଞ୍ଚମ ଥର ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ସରକାର ଚାଲିଛି । ଆଞ୍ଚଳିକ ଦଳ ବିଜେଡି ମଧ୍ୟ ଜାତୀୟ ରାଜନୀତିରେ ନିଜର ଦବଦବା ଜାହିର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.