ମନୋରଂଜନ

ଦିଶା ପରମାରଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ରାହୁଲ ବୈଦ୍ୟଙ୍କ ମା’, ବିବାହକୁ ନେଇ କଲେ ଖୁଲାସା

ଚଳିତ ସପ୍ତାହରେ ବିଗବସ୍ ୧୪ର ରାହୁଲ ବୈଦ୍ୟଙ୍କୁ ସଲମାନ୍ ଖାନ୍ ଘରୁ ବାହାର କରିଛନ୍ତି। ସୂଚନା ମୁତାବକ ଚଳିତ ସପ୍ତାହରେ ରାହୁଲଙ୍କ ଉପରେ ସଲମାନ୍ ଖୁବ୍ ରାଗିଥିବାର ଦେଖିବାକୁ ମିଳିଥିଲା। ରାହୁଲଙ୍କର ଗେମ୍ ରେ କୌଣସି ସିରିୟସ୍ ନଥିବା କହି ସଲମାନ୍ ତାଙ୍କୁ ଘରୁ ବାହାରି ଯିବାର କହୁଥିବା ନଜର ଆସିଛନ୍ତି।

ଏହି ଶୋ’ରେ ରାହୁଲ ବୈଦ୍ୟ ଗର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଯାହାପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଉତ୍ତରର ଅପେକ୍ଷା କରିଛନ୍ତି ରାହୁଲ୍। କିନ୍ତୁ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କ ସମ୍ପର୍କକୁ ସିଙ୍ଗରଙ୍କ ମା’ଙ୍କ ଅନୁମତି ଏବେ ମିଳିସାରିଛି।

ରାହୁଲ ବୈଦ୍ୟଙ୍କ ମାଁ ଗୀତା ବୈଦ୍ୟ ରାହୁଲ ଏବଂ ଦିଶା ପରମାରଙ୍କ ସମ୍ପର୍କକୁ ନେଇ କହିଛନ୍ତି, ରାହୁଲ୍ ବିଗବସ୍ ଘରୁ ବାହାରିବା ପରେ ଦୁଇଜଣ ବିବାହର ପ୍ଲାନିଙ୍ଗ୍‌ ଆରମ୍ଭ କରିବେ। ସୂଚନାଯୋଗ୍ୟ, ରାହୁଲ ବୈଦ୍ୟ ୧୧ ନଭେମ୍ବରରେ ଦିଶା ପରମାରଙ୍କ ଜନ୍ମଦିନରେ ତାଙ୍କୁ ବିବାହ କରିବା ପାଇଁ ପ୍ରପୋଜ୍ କରିଥିଲେ।

ଦିଶାଙ୍କ ଜନ୍ମଦିନରେ ରାହୁଲ୍ ନିଜର ହ୍ଵାଇଟ୍ ଟିସାର୍ଟର ଗୋଟିଏ ପଟେ ଲିପଷ୍ଟିକ୍ ରେ ‘ହାପ୍ପି ବର୍ଥଡେ’ ଲେଖି ଦିଶାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ଟିସାର୍ଟର ଅନ୍ୟପଟେ ‘ମୁଝସେ ଶାଦୀ କରୋଗୀ?’ ଲେଖି ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିବା ପରଠାରୁ ରାହୁଲ ତାଙ୍କ ଉତ୍ତର ପାଇଁ ଅପେକ୍ଷା କରିଛନ୍ତି। ଏନେଇ ଦିଶା, ନିଜର ଉତ୍ତର ରାହୁଲ୍ ଙ୍କୁ ପଠାଇସାରିଥିବା ଟ୍ଵିଟର ଆକାଉଣ୍ଟରେ ଖୁଲାସା କରିଛନ୍ତି। କିନ୍ତୁ ସେ ଉତ୍ତରରେ କ’ଣ କହିଛନ୍ତି ସେ ନେଇ କୌଣସି ପ୍ରକାଶ କରିନାହାନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

9 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago