ଦିଶା ପରମାରଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ରାହୁଲ ବୈଦ୍ୟଙ୍କ ମା’, ବିବାହକୁ ନେଇ କଲେ ଖୁଲାସା

ଚଳିତ ସପ୍ତାହରେ ବିଗବସ୍ ୧୪ର ରାହୁଲ ବୈଦ୍ୟଙ୍କୁ ସଲମାନ୍ ଖାନ୍ ଘରୁ ବାହାର କରିଛନ୍ତି। ସୂଚନା ମୁତାବକ ଚଳିତ ସପ୍ତାହରେ ରାହୁଲଙ୍କ ଉପରେ ସଲମାନ୍ ଖୁବ୍ ରାଗିଥିବାର ଦେଖିବାକୁ ମିଳିଥିଲା। ରାହୁଲଙ୍କର ଗେମ୍ ରେ କୌଣସି ସିରିୟସ୍ ନଥିବା କହି ସଲମାନ୍ ତାଙ୍କୁ ଘରୁ ବାହାରି ଯିବାର କହୁଥିବା ନଜର ଆସିଛନ୍ତି।

Rahul-Vaidyaଏହି ଶୋ’ରେ ରାହୁଲ ବୈଦ୍ୟ ଗର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଯାହାପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଉତ୍ତରର ଅପେକ୍ଷା କରିଛନ୍ତି ରାହୁଲ୍। କିନ୍ତୁ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କ ସମ୍ପର୍କକୁ ସିଙ୍ଗରଙ୍କ ମା’ଙ୍କ ଅନୁମତି ଏବେ ମିଳିସାରିଛି।

rahul dishaରାହୁଲ ବୈଦ୍ୟଙ୍କ ମାଁ ଗୀତା ବୈଦ୍ୟ ରାହୁଲ ଏବଂ ଦିଶା ପରମାରଙ୍କ ସମ୍ପର୍କକୁ ନେଇ କହିଛନ୍ତି, ରାହୁଲ୍ ବିଗବସ୍ ଘରୁ ବାହାରିବା ପରେ ଦୁଇଜଣ ବିବାହର ପ୍ଲାନିଙ୍ଗ୍‌ ଆରମ୍ଭ କରିବେ। ସୂଚନାଯୋଗ୍ୟ, ରାହୁଲ ବୈଦ୍ୟ ୧୧ ନଭେମ୍ବରରେ ଦିଶା ପରମାରଙ୍କ ଜନ୍ମଦିନରେ ତାଙ୍କୁ ବିବାହ କରିବା ପାଇଁ ପ୍ରପୋଜ୍ କରିଥିଲେ।

bigg-boss-14ଦିଶାଙ୍କ ଜନ୍ମଦିନରେ ରାହୁଲ୍ ନିଜର ହ୍ଵାଇଟ୍ ଟିସାର୍ଟର ଗୋଟିଏ ପଟେ ଲିପଷ୍ଟିକ୍ ରେ ‘ହାପ୍ପି ବର୍ଥଡେ’ ଲେଖି ଦିଶାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ଟିସାର୍ଟର ଅନ୍ୟପଟେ ‘ମୁଝସେ ଶାଦୀ କରୋଗୀ?’ ଲେଖି ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିବା ପରଠାରୁ ରାହୁଲ ତାଙ୍କ ଉତ୍ତର ପାଇଁ ଅପେକ୍ଷା କରିଛନ୍ତି। ଏନେଇ ଦିଶା, ନିଜର ଉତ୍ତର ରାହୁଲ୍ ଙ୍କୁ ପଠାଇସାରିଥିବା ଟ୍ଵିଟର ଆକାଉଣ୍ଟରେ ଖୁଲାସା କରିଛନ୍ତି। କିନ୍ତୁ ସେ ଉତ୍ତରରେ କ’ଣ କହିଛନ୍ତି ସେ ନେଇ କୌଣସି ପ୍ରକାଶ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.