Below header

ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ନଥିବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କନକପୁର ଗ୍ରାମର ବିଜୟ କୁମାର ନାୟକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ସମୟରେ ରାଜଲକ୍ଷ୍ମୀଙ୍କୁ ଆମ୍ବୁଲାନ୍ସରେ କଟକ ନେବା ବେଳେ ଗାଡିରେ ଅକ୍ସିଜେନ୍‌ ନଥିବାରୁ ରାଜଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା।

ଏନେଇ ତାଙ୍କ ସ୍ୱାମୀ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏଥିପାଇଁ ଯଦି ରାଜଲକ୍ଷ୍ମୀଙ୍କୁ ନ୍ୟାୟ ନମିଳେ ତେବେ ଥାନାରେ ଅଭିଯୋଗ କରିବେ ବୋଲି ପରିବାର ସଦସ୍ୟ ଦାବି କରିଛନ୍ତି। ଅନ୍ୟପଟେ ମେଡିକାଲ ପରିସରରେ କିଛି ସମୟ ଉତ୍ତେଜନା ମଧ୍ୟ ଲାଗି ରହିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.