Image Credit: Instagram
ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କଣ୍ଠଶିଳ୍ପୀ ରାହୁଲ ବୈଦ୍ୟ ଓ ଅଭିନେତ୍ରୀ ଦିଶା ପରମାର। ଜୁଲାଇ ୧୬ରେ ସେମାନେ ବିବାହ କରିଛନ୍ତି। ଏହି ଦୁଇ ସେଲିବ୍ରିଟି ବିବାହ କରିବା ପରେ ତାଙ୍କ ଫ୍ୟାନ୍ମାନେ ସବୁଠୁ ଅଧିକ ଖୁସି ହୋଇଛନ୍ତି। ତେବେ ବିବାହ ପରଦିନ ପତ୍ନୀଙ୍କ ସହ ଫାଷ୍ଟ ନାଇଟ୍ କେମିତି ଥିଲା ସେ ବିଷୟରେ ରାହୁଲ ନିଜେ କହିଛନ୍ତି।
ଫ୍ୟାମିଲି ଟାଇମ୍ ସେସନ୍ ବେଳେ ରାହୁଲ ବୈଦ୍ୟ, ପତ୍ନୀ ଦିଶା ପରମାର ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଷ୍ଟେଜ୍ରେ ନଜର ଆସିଥିଲେ। ଏ ଅବସରରେ ରାହୁଲ ଗୀତ ବି ଗାଇଥିଲେ। ଏହା ପରେ ରାହୁଲ ତାଙ୍କ ପ୍ରଥମ ରାତିର କାହାଣୀ ଶୁଣାଇଥିଲେ, ଯାହା ଶୁଣି ସମସ୍ତେ ହସିଥିଲେ।
ରାହୁଲ କହିଥିଲେ, ମୋ ସହ ଦୁଇ ଭାଇ ପାର୍ଟି କରୁଥିଲେ। ମୁଁ ତାଙ୍କୁ ମୋ ରୁମ୍କୁ ଆସିବାକୁ କହିଥିଲି। କିନ୍ତୁ ସେମାନେ ରାତିରେ ଆସିଲେ। ଏହା ପରେ ଦିଶା ମୋତେ ପଚାରିଥିଲେ, ଆଉ ବି କିଏ ରୁମ୍ରେ ଅଛନ୍ତି କି? ମୁଁ ତାଙ୍କୁ ହଁ ଅଛନ୍ତି କହିଥିଲି। ତା’ପରେ ମୁଁ ଶୋଇଗଲି। ପରେ ମାମୁ ସକାଳ ୮ଟା ବେଳକୁ ଆସି କବାଟ ବାଡ଼େଇଲେ। ମୁଁ ଖୋଲିବାରୁ ପଚାରିଲେ, ଶୋଇଥିଲୁ କି? ମୁଁ ହଁ କହିଲି। ତା’ ପରେ କହିଲେ ଜ୍ୟାକେଟ୍ ରହିଯାଇଥିଲା, ନେବାକୁ ଆସିଥିଲି।
ତା’ ପରେ ରାହୁଲ କହିଲେ, ଆରେ ମାମୁଁ ରାତି ୧୨ଟାରେ ବି ଜ୍ୟାକେଟ୍ ନେଇ ହେଇଥାନ୍ତା ନା। ମୋ ବାହାଘରର ପ୍ରଥମ ରାତିରେ ଆସି ମାଗିବାର ଥିଲା। ପରେ ସେଠାରେ ଉପସ୍ଥିତ ଲୋକେ ହସିଥିଲେ। ଦିଶା ବି ହସି ହସି ବେଦମ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…