Below header

ବିବାହ ପରେ ଦିଶାଙ୍କ ସହ ପ୍ରଥମ ରାତିର ମଜାଦାର କାହାଣୀ ସେୟାର କଲେ ରାହୁଲ ବୈଦ୍ୟ, କହିଲେ- ରାତି ୩ଟାରେ…; ଦେଖନ୍ତୁ ଭିଡିଓ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କଣ୍ଠଶିଳ୍ପୀ ରାହୁଲ ବୈଦ୍ୟ ଓ ଅଭିନେତ୍ରୀ ଦିଶା ପରମାର। ଜୁଲାଇ ୧୬ରେ ସେମାନେ ବିବାହ କରିଛନ୍ତି। ଏହି ଦୁଇ ସେଲିବ୍ରିଟି ବିବାହ କରିବା ପରେ ତାଙ୍କ ଫ୍ୟାନ୍‌ମାନେ ସବୁଠୁ ଅଧିକ ଖୁସି ହୋଇଛନ୍ତି। ତେବେ ବିବାହ ପରଦିନ ପତ୍ନୀଙ୍କ ସହ ଫାଷ୍ଟ ନାଇଟ୍‌ କେମିତି ଥିଲା ସେ ବିଷୟରେ ରାହୁଲ ନିଜେ କହିଛନ୍ତି।

ଫ୍ୟାମିଲି ଟାଇମ୍‌ ସେସନ୍‌ ବେଳେ ରାହୁଲ ବୈଦ୍ୟ, ପତ୍ନୀ ଦିଶା ପରମାର ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଷ୍ଟେଜ୍‌ରେ ନଜର ଆସିଥିଲେ। ଏ ଅବସରରେ ରାହୁଲ ଗୀତ ବି ଗାଇଥିଲେ। ଏହା ପରେ ରାହୁଲ ତାଙ୍କ ପ୍ରଥମ ରାତିର କାହାଣୀ ଶୁଣାଇଥିଲେ, ଯାହା ଶୁଣି ସମସ୍ତେ ହସିଥିଲେ।

ରାହୁଲ କହିଥିଲେ, ମୋ ସହ ଦୁଇ ଭାଇ ପାର୍ଟି କରୁଥିଲେ। ମୁଁ ତାଙ୍କୁ ମୋ ରୁମ୍‌କୁ ଆସିବାକୁ କହିଥିଲି। କିନ୍ତୁ ସେମାନେ ରାତିରେ ଆସିଲେ। ଏହା ପରେ ଦିଶା ମୋତେ ପଚାରିଥିଲେ, ଆଉ ବି କିଏ ରୁମ୍‌ରେ ଅଛନ୍ତି କି? ମୁଁ ତାଙ୍କୁ ହଁ ଅଛନ୍ତି କହିଥିଲି। ତା’ପରେ ମୁଁ ଶୋଇଗଲି। ପରେ ମାମୁ ସକାଳ ୮ଟା ବେଳକୁ ଆସି କବାଟ ବାଡ଼େଇଲେ। ମୁଁ ଖୋଲିବାରୁ ପଚାରିଲେ, ଶୋଇଥିଲୁ କି? ମୁଁ ହଁ କହିଲି। ତା’ ପରେ କହିଲେ ଜ୍ୟାକେଟ୍‌ ରହିଯାଇଥିଲା, ନେବାକୁ ଆସିଥିଲି।


ତା’ ପରେ ରାହୁଲ କହିଲେ, ଆରେ ମାମୁଁ ରାତି ୧୨ଟାରେ ବି ଜ୍ୟାକେଟ୍‌ ନେଇ ହେଇଥାନ୍ତା ନା। ମୋ ବାହାଘରର ପ୍ରଥମ ରାତିରେ ଆସି ମାଗିବାର ଥିଲା। ପରେ ସେଠାରେ ଉପସ୍ଥିତ ଲୋକେ ହସିଥିଲେ। ଦିଶା ବି ହସି ହସି ବେଦମ୍‌ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.