ଛୋଟ ଶିଶୁଙ୍କୁ ଲଗାଇ ମଦ ଡେଲିଭରି କରୁଥିଲା ମଦ ବେପାରୀ, ସାମ୍ବାଦିକ ପଚାରିବାରୁ ଅବକାରୀ ଅଧିକାରୀଙ୍କ ସାମ୍ନାରେ କଲା ଗାଳିଗୁଲଜ

ସୁନ୍ଦରଗଡ଼(କେନ୍ୟୁଜ୍): କଅଁଳ କାନ୍ଧରେ ମଦ ଚାଲାଣ। ଛୋଟ ଶିଶୁଙ୍କୁ ବ୍ୟବହାର କରି ମଦ ଡେଲିଭରି କରୁଛନ୍ତି ମଦ ବେପାରୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ାରେ। ଏକ ସରକାରୀ ବିଦେଶୀ ଠିପି ବନ୍ଦ ଦୋକାନରେ ନିୟୋଜନ କରାଯାଉଥିବାରୁ ଭିଡିଓ ଭାଇରାଲ ହୋଇଛି।

ନାବାଳକ ଜଣକ ବ୍ୟାଗରେ ମଦ ନେଇ ଯାଉଥିବା ଦେଖିବା ପରେ ଜଣେ ସ୍ଥାନୀୟ ବାସିନ୍ଦା ଘଟଣା ସଂପର୍କରେ ପଚାରି ଥିଲେ। ପରେ ମଦ ଦେକାନକୁ ଯାଇ ମାଲିକଙ୍କୁ ପଚାରିବାକୁ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲ। ସେତେବେଳେ ମଦ ଦୋକାନ ଭିତରେ ତିନିଜଣ ଅବକାରୀ ଅଧିକାରୀ ବସି ଏହାକୁ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। ନାବାଳକ ଦ୍ୱାରା ମଦ ଡେଲିଭରି ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.