ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପର କାଇପୁର ଗ୍ରାମରେ ଆଜି ବେଆଇନ ଭାବେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ସମାଜସେବୀ।୪୯ ନଂ ଜାତୀୟ ରାଜ ପଥ ରେ ପ୍ରତେକ ଦିନ ବହୁ ଗାଡି ରେ ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ କରାଯାଉଛି। ଆଜି ଭୋରରୁ WB11D 3724 ନମ୍ବରର ଏକ କଣ୍ଟେନରରେ ଶତାଧିକ ଗୋରୁଙ୍କୁ ନେଇ ଯାଉଥିବା ବେଳେ ତେନ୍ତୁଳି ପାର୍କିଂ ନିକଟ ଉପର କାଇପୁର ଗ୍ରାମରେ ଗାଡିଟିର ଇଞ୍ଜିନ ସିଜ଼ ହୋଇ ଯାଇଥିଲା । ଫଳରେ ମାଫିଆ ମାନେ ରାସ୍ତା ତଳକୁ ସବୁ ଗୋରୁକୁ ଓଲ୍ହାଇ ଜଙ୍ଗଲରେ ବାନ୍ଧି ଦେଇ ପଳାଇ ଯାଇଥିଲେ।
ଶହେରୁ ଉର୍ଦ୍ଧ୍ବ ଗୋରୁ ମଧ୍ୟରୁ ୬ ଟି ଗାଈ ଅସୁସ୍ଥ ଥିବା ଜଣାପଡିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବିଜେପି ନେତା ବିନୋଦ ପରିଡା,ପ୍ରଦୀପ ଗିରି ପ୍ରମୁଖ ପହଞ୍ଚି ଗୋରୁଙ୍କୁ ବେକରୁ ଦଉଡି ଖୋଲି ଚରିବା ପାଇଁ ଛାଡି ଦେଇଥିଲେ।
ଅସୁସ୍ଥ ଥିବା ଗୋରୁ ଗୁଡିକୁ ଖାଦ୍ୟ ,ପାଣି ଦେଇଛନ୍ତି।ଗୋରୁ ଗୁଡିକୁ ଜଙ୍ଗଲକୁ ଚରିବା ପାଇଁ ଛାଡି ଦେବା ସହ ଖାଦ୍ୟ ବ୍ୟବସ୍ଥା କରାଯାଇଥିବାରୁ ବିଜେପି ନେତା ଙ୍କ ଏପରି ମହାନ କାର୍ଯ୍ୟ ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।ତେବେ ଏପରି ନିୟମିତ ଗୋରୁ ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ଓ ଗୋ ମାତା ଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ବିଜେପି ନେତା ବିନୋଦ ପରିଡା