ମନୋରଂଜନ

ଡିଜିଟାଲ ପ୍ଲାଟଫର୍ମରେ ଆସୁଛି ରାଜକୁମାର ରାଓଙ୍କ ‘ଓମେର୍ଟା’, ଏହି ଦିନ ହେବ ରିଲିଜ

ନିର୍ଦ୍ଦେଶକ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ରାଜକୁମାର ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓମେର୍ଟା’ ବର୍ତ୍ତମାନ ଥିଏଟର୍ସ ପରେ ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହି ଫିଲ୍ମ 25 ଜୁଲାଇରେ G5 ରେ ଷ୍ଟ୍ରିମ୍ ହେବ ବୋଲି ବୁଧବାର ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ପାକିସ୍ତାନର ବ୍ରିଟିଶ ଆତଙ୍କବାଦୀ ଅହମ୍ମଦ ଓମାର ସଇଦ ଶେଖଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ଏହି ଚରିତ୍ର ବିଷୟରେ ରାଜକୁମାର ରାଓ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ କଷ୍ଟକର ଚଳଚ୍ଚିତ୍ର ଅଟେ । କାରଣ ଏହା ତାଙ୍କୁ ମାନସିକ ରୂପେ ବି କ୍ଲାନ୍ତ କରିଦେଉଥିଲା । ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରକୁ ଭଲ ରେସ୍ପନ୍ସ ମିଳିଥିଲା । ଏହା ପରେ ଚଳଚ୍ଚିତ୍ରଟି ବୁସନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ସୂଚନା ଅନୁଯାୟୀ ‘OMERTA’ ମୂଳତଃ ଏକ ଇଟାଲୀୟ ଶବ୍ଦ ଏବଂ ଏହା ସେଠାରେ ଥିବା ମାଫିଆ ନେତାଙ୍କ ମଧ୍ୟରେ ନୀରବ ରହିବାର ମାନସିକତାକୁ ଦର୍ଶାଏ ।

ଏହି ଚଳଚ୍ଚିତ୍ରଟି 4 ମଇ 2018ରେ ଭାରତର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ଠାରୁ ମଧ୍ୟ ପଜିଟିଭ ରିଭିୟୁ ପାଇଥିଲା । ଏହାପୂର୍ବରୁ ହଂସଲ ମେହେତା ଏବଂ ରାଜକୁମାର ରାଓଙ୍କ ଯୋଡି ‘ସହିଦ’, ‘ସିଟି ଲାଇଟ୍’, ‘ଆଲିଗଡ’ ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ର ଦେଇଛନ୍ତି । ଦୁହେଁ ବର୍ତ୍ତମାନ ପୁଣି ଥରେ ଏକାଠି ହେଉଛନ୍ତି । ରାଜକୁମାର ରାଓ, ହଂସଲ ମେହେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଛଲାଙ୍ଗ’ରେ ନଜର ଆସିବେ । ତେବେ ଏହି ଚଳଚ୍ଚିତ୍ରରେ ନୁସରତ ଭରୁଚା ଫିମେଲ ଲିଡ଼ରେ ଅଭିନୟ କରିଛନ୍ତି ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

6 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

14 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago