ମନୋରଂଜନ

ହସ୍ପିଟାଲରେ ଥିବା ସମୟରେ ରାଖୀ ସାଓ୍ଵନ୍ତଙ୍କୁ ମିଳିଲା ହତ୍ୟା ଧମକ

ନିକଟରେ ରାଖୀ ସାୱନ୍ତଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ରାଖୀ କିଛି ଟେଷ୍ଟ କରିଥିଲେ, ଯାହାପରେ ଜଣାପଡିଥିଲା ଯେ ଅଭିନେତ୍ରୀଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଛି । ତେବେ ବର୍ତ୍ତମାନ ରାଖୀଙ୍କ ପୂର୍ବତନ ସ୍ୱାମୀ ରିତେଶ ସିଂ ଏବଂ ଭାଇ ତାଙ୍କ କଷ୍ଟ ଦିନରେ ତାଙ୍କ ସହ ଅଛନ୍ତି । ରାଖୀଙ୍କ ପୂର୍ବତନ ସ୍ୱାମୀ ରିତେଶ ନିକଟରେ କହିଥିଲେ ଯେ ରାଖୀଙ୍କୁ ଅପରେସନ୍ କରାଯାଇଛି ଏବଂ ସର୍ଜରୀ ସଫଳ ହୋଇଛି । ତେବେ ୩ ଘଣ୍ଟା ସର୍ଜରୀ ହେବାପରେ, ରାଖୀଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରାଯାଇଛି । ଏହା ବ୍ୟତୀତ ରିତେଶ ଏହା ମଧ୍ୟ କହିଛନ୍ତି ଯେ ରାଖୀଙ୍କର ଏପର୍ଯ୍ୟନ୍ତ ଚେତା ଫେରି ନାହିଁ । କିନ୍ତୁ ଏହି ସମୟରେ ରିତେଶ ଅଙ୍ଗଭଙ୍ଗୀ ମାଧ୍ୟମରେ ରାଖୀଙ୍କ ଦ୍ୱିତୀୟ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ କିଛି ବଡ ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ଦିନ ରିତେଶ କିଛି ପାପାରାଜିଙ୍କ ସହ କଥାବାର୍ତ୍ତ କରୁଥିଲେ । ଏହି ସମୟରେ ସେ ଦାବି କରିଛନ୍ତି ଯେ କିଛି ଲୋକ ରାଖୀଙ୍କୁ ହଇରାଣ କରୁଛନ୍ତି । କେବଳ ଏତିକି ନୁହେଁ, ରିତେଶ ଏହା ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ରାଖୀଙ୍କୁ ହତ୍ୟା କରିବାକୁ ଧମକ ଦେଉଛନ୍ତି । ସେ କିଏ ଏବଂ ରାଖୀଙ୍କୁ କାହିଁକି ହଇରାଣ କରୁଛନ୍ତି ସେ ସମ୍ପର୍କରେ ତାଙ୍କ ପାଖରେ ସୂଚନା ରହିଛି ବୋଲି ରିତେଶ ଦାବି କରିଛନ୍ତି । କିନ୍ତୁ ସେ ତାଙ୍କ ନାମ ଉଲ୍ଲେଖ କରିବାକୁ ମନା କରି ଦେଇଛନ୍ତି, ଯେପର୍ଯ୍ୟନ୍ତ ସେ ବ୍ୟକ୍ତିଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ନ ପାଇଛନ୍ତି ସେ କିଏ ତାହା କରିବେ ନାହିଁ ।

ଏହା ବ୍ୟତୀତ ରିତେଶ କହିଛନ୍ତି,‘ମୁଁ ସବୁକିଛି କହିବି, ପ୍ରଥମେ ମୋତେ ସମସ୍ତ ପ୍ରମାଣ ପାଇବାକୁ ଦିଅନ୍ତୁ । ମୁଁ କାହାକୁ ଭୟ କରେ ନାହିଁ ମୁଁ କାହାର ନାମ ନେବି କିନ୍ତୁ ପ୍ରଥମେ ମୋତେ ପ୍ରମାଣ ପାଇବାକୁ ଦିଅ । ମୁଁ କେବଳ ଆପଣଙ୍କୁ କହିବାକୁ ଚାହେଁ ଯେ ଏହି ବିବାଦରେ କିଛି ଲୋକ ମଧ୍ୟ ଜଡିତ ଅଛନ୍ତି ଯେଉଁମାନେ ଆମର ଶୁଭଚିନ୍ତକ ବୋଲି ଦର୍ଶାଉଛନ୍ତି । ମୁଁ ଆପଣଙ୍କୁ ଶୀଘ୍ର କହିବି ଏହି ବ୍ୟକ୍ତି କିଏ । ଆମେ ଏହି ସୂଚନା ପୋଲିସକୁ ଦେଉଛୁ । ରିତେଶ ଆହୁରି କହିଛନ୍ତି,‘ଆମେ ମିଡିଆ ଟ୍ରାୟଲ ଚାହୁଁନାହୁଁ । ଏହା ରାଖୀଙ୍କ ସୁରକ୍ଷା ସହିତ ଜଡିତ । ଏହା ସହ ଲୋକମାନେ ତାଙ୍କୁ ହଇରାଣ କରୁଛନ୍ତି । ତାଙ୍କୁ ମାରିଦେବାର ଧମକ ମଧ୍ୟ ଦିଆଯାଉଛି ।

ଏହା ସବୁ ବ୍ୟତୀତ ସେ ଏହା ମଧ୍ୟ କହିଥିଲେ, “କିଛି ଲୋକ ବହୁତ ହସୁଥିଲେ । ମୁଁ ଭାବୁଛି କାହାର ଯନ୍ତ୍ରଣାକୁ ପରିହାସ କରିବା ଠିକ୍‌ ହୋଇନଥାଏ । ତେବେ ସେ ଟ୍ୟୁମରର ଫଟୋ ମଧ୍ୟ ସେୟାର କରିଥିଲେ । ଏହା ସହ ରାଖୀ, ତୁମେ ବ୍ୟସ୍ତ ହୁଅ ନାହିଁ, ଆମେ ତୁମର ଯତ୍ନ ନେବୁ । କିଛି ଲୋକ ତଥାପି ଭିତ୍ତିହୀନ ବିବୃତ୍ତି କରୁଛନ୍ତି ଏବଂ ଆପଣଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ସେମାନଙ୍କୁ କହିବି, ଆପଣଙ୍କ ସମୟ ସରିଯାଇଛି । ତେବେ ରିତେଶ ଏପରି ଅନେକ କଥା କହିବା ସହ କହିଛନ୍ତି ଯେ ଏହି ହତ୍ୟା ଧମକ ଦେଇଥିବା ଲୋକଙ୍କୁ ଆମେ ଶ୍ରୀଘ ଧରିବାରେ ସଫଳ ହେବୁ ।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

2 seconds ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

3 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

7 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

20 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

36 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago