କ୍ରୀଡା

କେକେଆର ଜିତିବା ପରେ ଭୁଲ୍‌ କରିଦେଲେ ଶାହରୁଖ ଖାନ, ସମସ୍ତ ସାମ୍ନାରେ ମାଗିଲେ ଭୁଲ୍‌

କୋଲକତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ କ୍ୱାଲିଫାୟର ମ୍ୟାଚରେ ହରାଇ ଫାଇନାଲରେ ପ୍ରବେଶ କରିଛି । କେକେଆର ଟିମ୍‌ ୪ର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି । ଫାଇନାଲ ମ୍ୟାଚ ୨୬ ମଇରେ ଖେଳାଯିବ । ଏହି ମ୍ୟାଚକୁ ଦେଖିବାକୁ ଟିମର ମାଲିକ ଶାହରୁଖ ଖାନ ମଧ୍ୟ ପହଞ୍ଚିଥିଲେ । ଶାହରୁଖ ଝିଅ ସୁହାନା ଏବଂ ପୁଅ ଅବରାମଙ୍କ ସହିତ ଟିମ୍‌ ଜିତିବା ପରେ ଅହମଦାବାଦ ଷ୍ଟାଡିୟମରେ ବୁଲିବୁଲି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ । ହେଲେ ଏହି ସମୟରେ ଶାହରୁଖ ଏକ ଭୁଲ୍‌ କରିଥିଲେ । ଯାହା ପାଇଁ ଶାହରୁଖ ଭୁଲ୍‌ ମାଗିଥିଲେ । ଆଉ ଏହାର ଭିଡିଓ ଭାଇରଲ ହେଉଛି ।

ଶାହରୁଖ ମଇଦାନରେ ଚକ୍କର କାଟୁଥିବା ବେଳେ କମେଣ୍ଟେଣ୍ଟରଙ୍କ ଶୋ ମଧ୍ୟରେ ପହଞ୍ଚି ଯାଇଥିଲେ । କମେଣ୍ଟେଣ୍ଟର ଆକାଶ ଚୋପ୍ରା, ସୁରେଶ ରାଇନା ଏବଂ ପାର୍ଥିବ ପଟେଲ ଶୋ କରୁଥିବା ସମୟରେ ଶାହରୁଖ ସେମାନଙ୍କ ସାମ୍ନାରେ ପହଞ୍ଚିଯାଇଥିଲେ । ଶାହରୁଖ ଏହା ଜାଣିବା ପରେ ସେମାନଙ୍କୁ ଭୁଲ୍‌ ମାଗିଥିଲେ ଆଉ ଆଲିଙ୍ଗନ କରି ଭୁଲ୍‌ ହୋଇଥିବା ପ୍ରକାଶ କରିଥିଲେ ।

ଶାହରୁଖ କହିଛନ୍ତି, ମୋର ଭୁଲ୍‌ କି ମୁଁ ଶୋ ମଧ୍ୟରେ ଆସିଯାଇଥିଲି । ଏଥିପାଇଁ ମୁଁ ଭୁଲ୍‌ ମାଗୁଛି । ଶାହରୁଖଙ୍କ ଏଭଳି ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲା ।

କେକେଆର ୨୦୧୨ ଏବଂ ୨୦୧୪ରେ ଆଇପିଏଲ ଟାଇଟଲ ଜିତିଥିଲା । ଟିମ୍‌ ଟାଇଟଲ ଜିତିବା ବେଳେ ମେଣ୍ଟର ଗୌତମ ଗମ୍ଭୀର ରହିଥିଲେ । ଚଳିତଥର ମଧ୍ୟ ଗମ୍ଭୀର ମେଣ୍ଟର ଭାବେ ରହିଛନ୍ତି ।

ପ୍ରଥମ କ୍ବାଲିଫାୟାରରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଲିଗ୍ ଟପ୍ପର କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି । ଶ୍ରେୟସ ଆୟର ୨୪ ବଲରୁ ୫୮ ରନ୍ ଓ ଭେଙ୍କେଟଶ ଆୟର ୨୮ ବଲରୁ ୫୧ ରନ୍ କରିଥିଲେ । ଦୁଇ ଜଣଙ୍କ ଅର୍ଦ୍ଧଶତକ କାରଣରୁ କେକେଆର ୩୮ ବଲ୍ ପୂର୍ବରୁ ୮ ୱିକେଟରେ ବିଜୟୀ ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍‌ କରିପାରିଥିଲା । ଯାହାକୁ କୋଲକତା ମାତ୍ର ୧୩.୪ ଓଭରରେ ୨ ଓ୍ଵିକେଟ ହରାଇ ୧୬୪ ରନ୍‌ ହାସଲ କରିଥିଲା । ହାଇଦ୍ରାବାଦକୁ ଏବେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ହେବ ।

 

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

18 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

21 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

25 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

38 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

55 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago