ରାଜ୍ୟ

ଭୟାବହ ଅଗ୍ନିକାଣ୍ଡ, କ୍ଷଣକରେ ପାଉଁଶ ହୋଇଗଲା ୩ ବଖରା ଘର

ମହାକାଳପଡ଼ା (କେନ୍ୟୁଜ): ଭୟଙ୍କର ଅଗ୍ନିକାଣ୍ଡ । କ୍ଷଣକରେ ଛାରଖାର ହେଇଗଲା ସୁନାର ସଂସାର । କେଉଁଠି ରହିବେ କେମିତି ଚଳିବେ କିଛି ବୁଝି ପାରୁନାହାନ୍ତି । ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି ଘର । ଗୋଟିଏ ବି ଆସବାବପତ୍ର ନାହିଁ । ବହୁ କଷ୍ଟରେ କେତେ ସ୍ୱପ୍ନ ସଜେଇ ଏମାନେ ଘରଟିଏ କରିଥିଲେ କିନ୍ତୁ ଦଇବ ସାଜିଲା ଦାଉ । ହଠାତ ଏହି ଘରେ ନିଆଁ ଲାଗି ସବୁକିଛି ଜଳି ପାଉଁଶ ହୋଇଯାଇଛି । ଚାହୁଁ ଚାହୁଁ ନିଆଁ ଘର ସାରା ବ୍ୟାପିଗଲା । ଘର ପାଖ ପଡ଼ୋଶୀ ଯିଏ ଯୁଆଡ଼େ ଥିଲେ ଧାଇଁ ଆସିଲେ । କିନ୍ତୁ ସର୍ବଗିଳା ନିଆଁକୁ କିଏ ବା ଆୟତ୍ତ କରି ପାରିବ ।

ଯିଏ ଯାହା ଜିନିଷ ପାଇଲେ ସେଥିରେ ପାଣି ଆଣି ନିଆଁକୁ ଲିଭାଇବାକୁ ଚେଷ୍ଟା କଲେ । କିଏ ବାଲ୍ଟିରେ ପାଣି ଆଣି ଘରେ ଢାଳୁଥାଏ ତ କିଏ ପାଇପ୍‌ ଲଗାଇ ନିଆଁ ଲିଭାଇବାକୁ ଚେଷ୍ଟା କରୁଥାଏ । କିନ୍ତୁ ନିଆଁର ପ୍ରକୋପ ଏତେ ବଢ଼ି ଯାଇଥିଲା ଯେ ଲୋକମାନେ ଢ଼ାଳୁଥିବା ପାଣିରେ ନିଆଁ ଟିକେ ବି ଲିଭିଲାନି । ଆଉ ଜଳି ପୋଡ଼ି ପାଉଁଶ ହୋଇଗଲା ୩ ବଖରା ଘର । କେବଳ ସେତିକି ନୁହେଁ ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଧନସମ୍ପତି ପୋଡି ମଧ୍ୟ ପାଉଁଶ ହୋଇଯାଇଛି ।

ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ଟଙ୍କା ସହ ଘରେ ରଖିଥିବା ସୁନା ଗହଣା ବି ନଷ୍ଟ ହୋଇଯାଇଛି । ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ଗ୍ରାମ ପଞ୍ଚାୟତର ଉତ୍ତର ବରକୋଳିଖଳା ଗ୍ରାମର ବିଶ୍ୱେଶ୍ୱର ଧାଉଡିଆଙ୍କ ଘରେ ଘଟିଛି ଏଭଳି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୩ ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି ।

ନିଆଁକୁ ଆୟତ୍ତ କରିବା ପାଇଁ ଗ୍ରାମବାସୀମାନେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଚାହୁଁ ଚାହୁଁ ୩ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଏହା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଖବରପାଇ ଦମକଳ ବାହିନୀ ନିଆଁ ଲିଭାଇଥିଲେ । ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ବିପନ୍ନ ପରିବାର ଏବେ ନିରାଶ୍ରୟ ହୋଇ ପଡିଛନ୍ତି ।

Srujanika Panda

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago