ମନୋରଂଜନ

ଆର୍ଥିକ ସଂକଟରେ ରାକ୍ଷୀ! ଟଙ୍କା ପାଇବା ଲକ୍ଷ୍ୟରେ ଯାଉଛନ୍ତି Bigg Boss 14, ଶୁଣନ୍ତୁ ରାକ୍ଷୀଙ୍କ ମୁହଁରୁ ସେ କେମିତି ରହୁଛନ୍ତି

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ କଥା କିଏ ବା ନଜାଣେ । ତାଙ୍କର ସବୁ କଥାରେ ଥାଏ ଅଭିନୟ କଳା । ତାଙ୍କର ବିବାହ ସ୍ୱୟମ୍ବର ହେଉ ବା ବ୍ୟକ୍ତିଗତ ଜୀବନ ସବୁଠି ଥାଏ କିଛି ଡ୍ରାମାବାଜି । ନିକଟରେ ବିଗ୍‌ବସ୍‌ ହାଉସ୍‌କୁ ଚ୍ୟାଲେଞ୍ଜର ହୋଇ ଆସୁଛନ୍ତି ଡ୍ରାମା କ୍ୱିନ୍‌ ତଥା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ । ତାଙ୍କର ସବୁ ପଇସା ସରିଯାଇଛି ଓ ଏବେ ସେ ଦେବାଳିଆ ବୋଲି ନିଜକୁ କହିଛନ୍ତି । ତେବେ ତାଙ୍କର ଦେବାଳିଆ କଥା ସତ ନା ଡ୍ରାମା ତାହା ରାକ୍ଷୀଙ୍କୁ ହିଁ ଜଣା ।

ଫିଲ୍ମ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ବିଗବସ୍(ବିବି) ୧୪ ହାଉସ୍‌କୁ ଚାଲେଞ୍ଜର ହୋଇ ଆସିଛନ୍ତି । ଆଉ ଏହି ସମୟରେ ସେ ୭ ଦିନିଆ କ୍ୱାରେଣ୍ଟିନରେ ଅଛନ୍ତି। କ୍ୱାରେଣ୍ଟିନରେ ଥିବା ସମୟରେ ସେ ଏହି କଥା ପ୍ରକାଶ କରିଛନ୍ତି ଯେ ତାଙ୍କୁ ଏବେ ଟଙ୍କାର କେତେ ଆବଶ୍ୟକତା ରହିଛି। କାହିଁକିନା ସେ ଦେବାଳିଆ ହୋଇଯାଇଛନ୍ତି। କେବଳ ଟଙ୍କା ପାଇଁ ସେ ବିବି ହାଉସ୍ ଆସୁଛନ୍ତି ବୋଲି କହିଛନ୍ତି ରାକ୍ଷୀ।
ରାକ୍ଷୀ ବିଗବସରେ ଘରେ ସମସ୍ତଙ୍କୁ ମନୋରଞ୍ଜନ କରିବାକୁ ପ୍ରୟାସ କରୁଛନ୍ତି। ବିଗବସ୍ ଘରକୁ ରାଖି ସାଓ୍ଵନ୍ତ ଦ୍ୱିତୀୟ ଥର ପାଇଁ ଆସିଛନ୍ତି।

ଏହା ପୂର୍ବରୁ ସେ ପ୍ରତିଯୋଗୀ ହୋଇ ଆସିଥିଲେ। ରାଖି ସାଓ୍ଵନ୍ତଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ବିବି ହାଉସକୁ ପୁଣି କାହିଁକି ଆସିଛ? ଉତ୍ତରରେ ସେ କହିଲେ ଯେ ସେ ଦେବାଳିଆ ହୋଇସାରିଛନ୍ତି ଏବଂ ତାଙ୍କୁ ଟଙ୍କାର ଆବଶ୍ୟକତା ଅଛି। ଏକ ଇଣ୍ଟରଭ୍ୟୁରେ ରାଖି କହିଥିଲେ ଯେ ତାଙ୍କ ସହିତ ଧୋକା ହୋଇଛି ଏବଂ ତାଙ୍କୁ ଏବେ ଟଙ୍କାର ବହୁତ ଆବଶ୍ୟକତା ରହିଛି।

ରାକ୍ଷୀ କ୍ୱାରେଣ୍ଟିନରେ ଥିବାବେଳେ ଲାଇଭରେ ଆସି ସେ ନିଜେ ଏପରି କହିଛନ୍ତି ଯେ ‘ମୋତେ ଟଙ୍କାର ବହୁତ ଆବଶ୍ୟକତା ଅଛି ଏବଂ ମୋତେ ବଲିଉଡକୁ ଆସିବା ପାଇଁ ମଉକା ବି ଦରକାର। ମୁଁ ଏ ଟ୍ରଫି ଜିତିବାକୁ ଚାହୁଁଛି। ମୁଁ ସବୁବେଳେ ଜିତିବାକୁ ଚାହିଁଛି କିନ୍ତୁ କେବେ ହୋଇନି। ମୁଁ ବିଗବସ୍ ୧୪ ଜିତିବାକୁ ଚାହୁଁଛି। କାହିଁକିନା ବିଗବସ୍ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ। ଏହା ମୋ ପାଇଁ ବହୁତ ଅଧିକ ହେବ। ସେଥିପାଇଁ ମୋତେ ଏ ଶୋ ଜିତିବାକୁ ହିଁ ହେବ।

ରାକ୍ଷୀ ସାଓ୍ଵନ୍ତ ନିଜ ଦେବାଳିଆ ହେବାର କାରଣ ବି କହିଛନ୍ତି। ସେ ଜଣାଇଛନ୍ତି ଯେ କିଛି ଲୋକ ତାଙ୍କ ଟଙ୍କା ଏବଂ ସମ୍ପତ୍ତିକୁ ହାତେଇ ନେଇଛନ୍ତି। ଯିଏ ମୋ ଠାରୁ ଟଙ୍କା ନେଇଥିଲେ ସେ ମରିସାରିଛନ୍ତି ତ ମୁଁ କିଛି କହିପାରିବିନାହିଁ। ଏଥିପାଇଁ ମୋତେ ଟଙ୍କାର ଆବଶ୍ୟକତା ଅଛି ତେଣୁ ମୁଁ ବିବି ଶୋର ପ୍ରସ୍ତାବକୁ ସ୍ୱୀକାର କରିଛି। ଆପଣ ବି ଥରେ ଶୁଣନ୍ତୁ ରାଖି ନିଜ ଦେବାଳିଆ ଅବସ୍ଥାକୁ ନେଇ କ’ଣ କହୁଛନ୍ତି।

Pritiparna

Recent Posts

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

4 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

7 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

42 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

53 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

2 hours ago