କରୋନା ଭାଇରସ

ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି, ଜରୁରୀକାଳୀନ ବ୍ୟବହାର ପାଇଁ FDAର ନିର୍ଦ୍ଦେଶ

ଆମେରିକା: ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ FDA ଅନୁମତି ଦେଇଛି । ଗତକାଲି FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଗ୍ରୀନ ସିଗନାଲ । ବ୍ରିଟେନ୍‌, ବାହାରିନ୍‌, କାନାଡା ପରେ ଆମେରିକାରେ ଫାଇଜର ଭ୍ୟାକସିନକୁ ଅନୁମତି ମିଳିଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ ଆସନ୍ତା ସପ୍ତାହରେ ଦିଆଯିବ ଫାଇଜର ଟିକା । ଫାଇଜର କରୋନା ଟିକା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାସ କରିଛି । ଆମେରିକା ଖାଦ୍ୟ ଓ ଡ୍ରଗ ଆଡମିନିଷ୍ଟ୍ରିସେନ ଏହି ଟିକାକୁ ଅନୁମତି ଦେବାପାଇଁ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଗତକାଲି ଆନୁଷ୍ଠାନିକ ଭାବେ ସୁପାରିଶ କରିଥିଲା । ଆଜି ଏହାକୁ ଅନୁମତି ମିଳିଛି ।

ଏହି କମିଟିରେ ବଛା ବଛା ବୈଜ୍ଞାନିକ ଓ ଡକ୍ଟର ସାମିଲ ହୋଇଥିଲେ । ଫାଇଜର ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବେଶ ପ୍ରଭାବଶାଳୀ ହେଉଥିବା ନେଇ ଯୁକ୍ତି ବାଢ଼ିଥିଲେ ଅଧିକ ସଦସ୍ୟ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ଓ ନର୍ସିଂହୋମ କର୍ମଚାରୀ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରଥମ ଡୋଜ୍‌ ଦିଆଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୪ ଲକ୍ଷ ଡୋଜ୍‌ ଦିଆଯିବ । ୧୬ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା । ଟିକା ୯୫ ପ୍ରତିଶତ ପ୍ରଭାବୀ ଘୋଷଣା କରିଥିଲା କମ୍ପାନୀ ।

କିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ଡୋନାଲଡ ଟ୍ରମ୍ପ । ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଟିକା ଦିଆଯିବ । ସମସ୍ତ ରାଜ୍ୟକୁ ଟିକା ପଠାଯାଉଛି । ଆମେରିକାବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି ଡୋନାଲଡ ଟ୍ରମ୍ପ । ସେ କହିଛନ୍ତି କରୋନା ଲଢ଼େଇରେ ଫାଇଜର ଟିକା ଏକ ମାଇଲଷ୍ଟୋନ ହୋଇଛି । ଟିକା ୯୫ ପ୍ରତିଶତ ପ୍ରଭାବୀ ଘୋଷଣା କରିଥିଲା କମ୍ପାନୀ । ଏହାପୂର୍ବରୁ ଫାଇଜର ଟିକାକୁ ଅନୁମତି ଦିଅ, ନହେଲେ ଇସ୍ତଫା ଦିଅ ବୋଲି କହିଥିଲା ହ୍ଵାଇଟ ହାଉସ । FDAକୁ ଏଭଳି ନିର୍ଦ୍ଦେଶ ଦେଇଥିଲା ହ୍ଵାଇଟ ହାଉସ୍‌ ।

Sonalisa

Recent Posts

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

55 seconds ago

ଡ୍ରେନରେ ଭାସିଯାଇଥିବା ଶିଶୁ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ଶିଶୁ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

3 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

39 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

50 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

2 hours ago