ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି, ଜରୁରୀକାଳୀନ ବ୍ୟବହାର ପାଇଁ FDAର ନିର୍ଦ୍ଦେଶ

ଆମେରିକା: ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ FDA ଅନୁମତି ଦେଇଛି । ଗତକାଲି FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଗ୍ରୀନ ସିଗନାଲ । ବ୍ରିଟେନ୍‌, ବାହାରିନ୍‌, କାନାଡା ପରେ ଆମେରିକାରେ ଫାଇଜର ଭ୍ୟାକସିନକୁ ଅନୁମତି ମିଳିଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ ଆସନ୍ତା ସପ୍ତାହରେ ଦିଆଯିବ ଫାଇଜର ଟିକା । ଫାଇଜର କରୋନା ଟିକା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାସ କରିଛି । ଆମେରିକା ଖାଦ୍ୟ ଓ ଡ୍ରଗ ଆଡମିନିଷ୍ଟ୍ରିସେନ ଏହି ଟିକାକୁ ଅନୁମତି ଦେବାପାଇଁ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଗତକାଲି ଆନୁଷ୍ଠାନିକ ଭାବେ ସୁପାରିଶ କରିଥିଲା । ଆଜି ଏହାକୁ ଅନୁମତି ମିଳିଛି ।

ଏହି କମିଟିରେ ବଛା ବଛା ବୈଜ୍ଞାନିକ ଓ ଡକ୍ଟର ସାମିଲ ହୋଇଥିଲେ । ଫାଇଜର ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବେଶ ପ୍ରଭାବଶାଳୀ ହେଉଥିବା ନେଇ ଯୁକ୍ତି ବାଢ଼ିଥିଲେ ଅଧିକ ସଦସ୍ୟ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ଓ ନର୍ସିଂହୋମ କର୍ମଚାରୀ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରଥମ ଡୋଜ୍‌ ଦିଆଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୪ ଲକ୍ଷ ଡୋଜ୍‌ ଦିଆଯିବ । ୧୬ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା । ଟିକା ୯୫ ପ୍ରତିଶତ ପ୍ରଭାବୀ ଘୋଷଣା କରିଥିଲା କମ୍ପାନୀ ।

pfizerକିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ଡୋନାଲଡ ଟ୍ରମ୍ପ । ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଟିକା ଦିଆଯିବ । ସମସ୍ତ ରାଜ୍ୟକୁ ଟିକା ପଠାଯାଉଛି । ଆମେରିକାବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି ଡୋନାଲଡ ଟ୍ରମ୍ପ । ସେ କହିଛନ୍ତି କରୋନା ଲଢ଼େଇରେ ଫାଇଜର ଟିକା ଏକ ମାଇଲଷ୍ଟୋନ ହୋଇଛି । ଟିକା ୯୫ ପ୍ରତିଶତ ପ୍ରଭାବୀ ଘୋଷଣା କରିଥିଲା କମ୍ପାନୀ । ଏହାପୂର୍ବରୁ ଫାଇଜର ଟିକାକୁ ଅନୁମତି ଦିଅ, ନହେଲେ ଇସ୍ତଫା ଦିଅ ବୋଲି କହିଥିଲା ହ୍ଵାଇଟ ହାଉସ । FDAକୁ ଏଭଳି ନିର୍ଦ୍ଦେଶ ଦେଇଥିଲା ହ୍ଵାଇଟ ହାଉସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.