ଭୋଡାଫୋନ୍ ଆଇଡିଆ (Vi) ଲଞ୍ଚ୍‌ କଲା ନୂଆ ପ୍ଲାନ୍, ମିଳିବ ଅନଲିମିଟେଡ୍ ଡାଟା ସହ Amazon Prime ର ସୁବିଧା

ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ (VI) ୟୁଜର୍ସଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ୟୁଜର୍ସଙ୍କ ପାଇଁ ଏଣ୍ଟରଟେନମେଣ୍ଟ ପ୍ଲସ୍ ଫ୍ୟାମିଲି ପୋଷ୍ଟ୍‍ପେଡ୍ ପ୍ଲାନ୍ (Entertainment Plus Postpaid Plan) ଆଣିଛି। ତେବେ ଜାଣନ୍ତୁ ଏହି Vodafone Idea Plan ର ମୂଲ୍ୟ କେତେ ରହିଛି ଏବଂ ଏହି ପ୍ଲାନ ସହ ୟୁଜର୍ସଙ୍କୁ କ’ଣ କ’ଣ ଲାଭ ମିଳିବ।

idea୯୪୮ ଟଙ୍କିଆ ପ୍ଲାନରେ ୨ ଟି କନେକ୍ସନ୍ ଅର୍ଥାତ ପ୍ରାଇମେରୀ ଏବଂ ସେକେଣ୍ଡାରୀ ରହିଛି। ପ୍ରାଇମେରୀ କନେକ୍ସନ୍ ଥିବା ୟୁଜର୍ସଙ୍କୁ ଏହି ପ୍ଲାନରେ ଅନଲିମିଟେଡ୍ ଡାଟା ଏବଂ ସେକେଣ୍ଡାରୀ କନେକ୍ସନ୍ ଥିବା ୟୁଜର୍ସଙ୍କୁ ୩୦ ଜିବି ହାଇ-ସ୍ପିଡ୍ ଡାଟା ମିଳିବ। ଡାଟା ସମାପ୍ତ ହେବା ପରେ ସେକେଣ୍ଡାରୀ ୟୁଜର୍ସଙ୍କୁ ପ୍ରତି ଜିବି ପାଇଁ ୨୦ ଟଙ୍କା ଚାର୍ଜ ଲାଗିବ । ୨ଟି ପ୍ଲାନରେ ୟୁଜର୍ସ ଅନଲିମିଟେଡ୍ ଭଏସ୍ କଲିଂ ସହ ମାସରେ ୧୦୦ଟି ଏସଏମଏସ୍ କରିପାରିବେ।

Prepaid-Planଏହି Vi 948 Plan ସହ ୟୁଜର୍ସଙ୍କ ପାଇଁ Amazon Prime ବ୍ୟତୀତ ୧ବର୍ଷର ZEE5 Premium ଏବଂ ୧ ବର୍ଷ ପାଇଁ Vi ମୁଭିସ୍ ଏବଂ ଟିଭିର ଫ୍ରି ସବ୍ସକ୍ରିପ୍ସନ୍ ରହିଛି। କମ୍ପାନୀ ୟୁଜର୍ସଙ୍କୁ ଅଧିକତମ ପାଞ୍ଚଟି କନେକ୍ସନକୁ ଯୋଡ଼ିବା ପାଇଁ ପରାମର୍ଶ ଦେଇଛି। ସୂଚନା ମୁତାବକ, ଏହି କନେକ୍ସନ୍ ପାଇଁ ପ୍ରତିମାସକୁ ୨୪୯ ଟଙ୍କା ଦେବାକୁ ପଡ଼ିବ। ଏହିପ୍ଲାନ୍ ବିଶେଷ ରୂପେ ୟୁପି ଏବଂ ଇଷ୍ଟ ସର୍କଲ ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.