ମନୋରଂଜନ

ଭାଲେଣ୍ଟାଇନ ଡେ ପୂର୍ବରୁ ଭାଙ୍ଗିଗଲା ରାକ୍ଷୀଙ୍କ ହୃଦୟ, ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ହେବାକୁ ନେଲେ ନିଷ୍ପତ୍ତି

ବଲିଉଡ୍‌ର ଡ୍ରାମା କୁଇନ୍ ତଥା ବିଗ୍‌ବସ୍‌ ଶୋର ଜଣାଶୁଣା ରାକ୍ଷୀ ସାୱନ୍ତ ନିଜ ସ୍ୱାମୀଙ୍କ ଠାରୁ ପୁଣି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ରାକ୍ଷୀ ଏକ ପୋଷ୍ଟ କରି ସୋସିଆଲ ମିଡିଆରେ ଏହା ଜଣାଇଛନ୍ତି। ପ୍ରଥମ ଥର ପାଇଁ ରାକ୍ଷୀ ସାୱନ୍ତ ସ୍ୱାମୀ ରିତେଶଙ୍କ ସହ ବିଗ୍ ବସ୍-୧୫ରେ ନଜର ଆସିଥିଲେ। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ। ହେଲେ କେବେ ଦେଖି ନଥିଲେ । ଉଭୟଙ୍କୁ ଶୋ’ରେ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଦୁହେଁ ଅଲଗା ହେବା ନେଇ ଇନ୍‌ଷ୍ଟାଗ୍ରାମରେ ରାକ୍ଷୀ ନିଜେ ସୂଚନା ଦେଇଛନ୍ତି। ରାକ୍ଷୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ’ ଶୋ ପରେ ବହୁତ କିଛି ଘଟି ଯାଇଛି । ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି, ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ମୁଁ ଭାବୁଛି ଏହା ଭଲ ଯେ ଆମେ ଦୁହେଁ ଭଲ ଭାବରେ ଆଗକୁ ବଢିବୁ ଏବଂ ଆମେ ଦୁହେଁ ଅଲଗା ଅଲଗା ହୋଇ ଜୀବନକୁ ଉପଭୋଗ କରିବୁ।

ସେ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ପ୍ରକୃତରେ ଦୁଃଖିତ ଯେ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏମିତି ଘଟିଛି, ଯେଉଁଥିପାଇଁ ଏମିତି ନିଷ୍ପତ୍ତି ନେବାକୁ ପଡିଛି। ମୁଁ ରିତେଶଙ୍କୁ ଶୁଭକାମନା ଜଣାଉଛି, କିନ୍ତୁ ଜୀବନର ଏହି ପର୍ଯ୍ୟାୟରେ ମୋ ପାଇଁ ମୋର କାର୍ଯ୍ୟ ଏବଂ ମୋ ଜୀବନ ଉପରେ ଧ୍ୟାନ ଦେବାକୁ ପଡିବ। ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ। ମୋତେ ସବୁବେଳେ ବୁଝିଥିବା ଏବଂ ସମର୍ଥନ କରିଥିବାରୁ ଧନ୍ୟବାଦ !

ରାକ୍ଷୀ ଏବଂ ରିତେଶ ଦୁହେଁ ବିଗ୍‌ବସ୍‌ ୧୫ରେ ନଜର ଆସିଥିଲେ। ରାକ୍ଷୀ ସବୁବେଳେ ବିବାଦରେ ରହିଥାନ୍ତି। ତେଣୁ ତାଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ। ତେବେ ଦୁହିଁଙ୍କ ବିବାହ ବିଚ୍ଛେଦ ଖବର ଶୁଣି ତାଙ୍କ ଫ୍ୟାନ୍ସ ଟେନସନରେ ରହିଥିବା ବେଳେ ଅନ୍ୟ ଲୋକେ ତାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

Swagatika

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

30 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

49 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

57 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago