ଲାଇଫ୍ ଷ୍ଟାଇଲ୍

ଛୋଟ ପିଲାଙ୍କର ଝାଡା ହେବାରେ ଦେଖାଦେଉଛି କି ସମସ୍ୟା ? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଆଜିକାଲି ଖରାପ ଜୀବନଶୈଳୀର ପ୍ରଭାବ ଯେତିକି ବଡ ଲୋକଙ୍କ ଉପରେ ପଡୁଛି, ସେତିକି ପିଲାଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି। ପିଲା ଆଜିକାଲି ଏମିତି କିଛି ଜିନିଷ ଖାଉଛନ୍ତି, ଯାହାକୁ ସେମାନେ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି। କିନ୍ତୁ ଏହାକୁ ପିଲାମାନେ ଖାଇବା ଛାଡୁନାହାନ୍ତି। ପିଲାମାନେ ମଇଦାରେ ତିଆରି ଜିନିଷ ଖାଇବାକୁ ବେଶି ଭଲ ପାଉଛନ୍ତି। ଯାହା ସେମାନଙ୍କୁ ଅନେକ ପେଟ ସମସ୍ୟା ଆଣିଦେଉଛି। କେବଳ ପିଲା ନୁହେଁ ବଡ ଲୋକଙ୍କର ପେଟରେ ଯନ୍ତ୍ରଣା, ମୋଟାପଣ ଏମିତି କିଛି ସମସ୍ୟା ଦେଖିବାକୁ ମିଳୁଛି।

ଆଉ ପିଲାମାନେ ଏହିସବୁ ଜିନିଷ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଉଛି। ସେମାନଙ୍କର ପେଟ ଖରାପ ହେଉଛି ଆଉ ସଠିକ୍‌ ସମୟରେ ଝାଡା ହେଉନାହିଁ। ଫଳରେ ପିଲାମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି କିମ୍ବା କମ୍‌ ଖାଉଛନ୍ତି।

କିନ୍ତୁ ପିଲାଙ୍କର ଏହି ସମସ୍ୟାକୁ ଦୂର କରିବା ଅତି ସହଜ। ତେଣୁ ଏପରି ଅସ୍ୱାସ୍ଥ୍ୟକର ଜିନିଷରୁ ଦୂରେଇ ରଖିବା ପାଇଁ କିଛି ଟିପ୍ସ ଅଛି, ଯାହାକୁ ନିଶ୍ଚିତ ମାନିବା ଦ୍ୱାରା ପିଲାଙ୍କର ସମସ୍ୟା ଦୂର ହେବ। ଏମିତି କିଛି ଘରୋଇ ଉପଚାର ରହିଛି, ଯାହାକୁ ଦୂର କରିବା ପାଇଁ ଆପଣ ବ୍ୟବହାର କରିପାରିବେ।

ଅମୃତଭଣ୍ଡା: ପେଟ ପାଇଁ ଅମୃତଭଣ୍ଡା ରାମବାଣ। ଭଣ୍ଡାରେ ଥିବା ଫାଇବର ଯଦି ସଠିକ୍‌ ମାତ୍ରାରେ ପେଟକୁ ଯାଇଥାଏ, ତେବେ ପିଲା ସୁସ୍ଥ ରହିଥାଏ। ଯଦି ଆପଣଙ୍କ ପିଲା ୬ ମାସରୁ ଅଧିକ ହୋଇଥାଏ, ତେବେ ଆପଣ ତାକୁ ଭଣ୍ଡା ଖାଇବାକୁ ଦେଇପାରିବେ। ଚେଷ୍ଟା କରନ୍ତୁ ସକାଳେ ପିଲାକୁ ଅମୃତଭଣ୍ଡାର ସ୍ମଦି କରି ପିଇବାକୁ ଦେବେ।

ଗରମ ପାଣି: ପିଲାକୁ ପ୍ରତିଦିନ ଗରମ ପାଣି ପିଆନ୍ତୁ। କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଭଲ ହୋଇଥାଏ। ପିଲାର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ। ପିଲାଙ୍କୁ ହାଲକା ଉଷୁମ ପାଣି ପିଇବାକୁ ଦେଇପାରିବେ।

ସେଓ: ପିଲାର ସ୍ୱାସ୍ଥ୍ୟ ପାଇଁ ସେଓ ବେଶ ଉପକାରୀ। ତେଣୁ ପ୍ରତିଦିନ ପିଲାକୁ ୧ଟି ସେଓ ଖାଇବାକୁ ଦେଇପାରିବେ। ଏଥିରେ ଥିବା ଫାଇବର ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ ଓ ପିଲାର ଝାଡା କଠିନ ହେବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

ହାଇଡ୍ରେଟ୍‌ ରଖେ: ପିଲାମାନେ କମ୍‌ ପାଣି ପିଅନ୍ତି, ତେଣୁ ସେମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଯାଏ। ତେଣୁ ପିଲାକୁ ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଦିଅନ୍ତୁ। ଠିକ୍‌ ମାତ୍ରାରେ ପାଣି ପିଇଲେ ପିଲାର ଏପରି ସମସ୍ୟାରୁ ମୁକ୍ତି ମିଳିବ।

Swagatika

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

32 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

51 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

59 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago