ମନୋରଂଜନ

ସାଉଥ୍‌ ଗୋଆରେ ବିବାହ କରିବେ ରକୁଲ ଓ ଜ୍ୟାକି, ମେହେନ୍ଦୀ ଏବଂ ସଂଗୀତରେ ହେବ ଗ୍ରାଣ୍ଡ ସେଲିବ୍ରେସନ୍‌

ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗନାନୀ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି କପଲ୍‌ ଗୋଆରେ ସବୁଦିନ ପାଇଁ ପରସ୍ପରର ହାତ ଧରିବାକୁ ଯାଉଛନ୍ତି । ତେବେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଦମ୍ପତି ଫେବୃଆରୀ ୨୧ରେ ଗୋଆରେ ବିବାହ କରିବାକୁ ଯାଉଛନ୍ତି । ରକୁଲ ଏବଂ ଜ୍ୟାକିଙ୍କ ବିବାହ ପୂର୍ବରୁ ବିବାହାର କାର୍ଯ୍ୟକ୍ରମ ବିଷୟରେ ଅନେକ ଖବର ସାମ୍ନକୁ ଆସୁଛି । ତେବେ ମେହେନ୍ଦୀ କାର୍ଯ୍ୟକ୍ରମ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ସନ୍ଧ୍ୟାରେ ସଂଗୀତ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ବିବାହ ପରେ ଏହି ଦମ୍ପତି ହନିମୁନ୍‌କୁ ଯିବାରେ ଥିଲା, ତେବେ ଲୋକମାନେ ଏହି କପଲ୍‌ଙ୍କ ସେହି ସବୁ ଫଟୋ ଦେଖିବା ପାଇଁ ଉତ୍ସାହିତ ଥିଲେ, କିନ୍ତୁ ଏହି ଦମ୍ପତି ବର୍ତ୍ତମାନ ପାଇଁ ହନିମୁନ୍‌କୁ କ୍ୟାନ୍‌ସଲ କରିଛନ୍ତି ।

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀଙ୍କ ବିବାହ ପାଇଁ ତାଙ୍କ ମୁମ୍ବାଇ ଘର ସଜାଯାଇଛି । ଖୁବ୍ ଶୀଘ୍ର ଉଭୟ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି । ତେବେ ଏହି ପରିସ୍ଥିତିରେ ବିବାହର କିଛି ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଗେଷ୍ଟ ଏବଂ ସମସ୍ତ କାର୍ଯ୍ୟକ୍ରମ କିପରି ହେବାକୁ ଯାଉଛି ଏବଂ ଏହି ଦମ୍ପତି କାହିଁକି ହନିମୁନ୍‌କୁ କ୍ୟାନ୍‌ସଲ କରିଛନ୍ତି ।

ସୂଚନା ମୁତାବକ, ସାଉଥ୍‌ ଗୋଆର ହୋଟେଲ ଆଇଟିସି ଗ୍ରାଣ୍ଡରେ ରାକୁଲ ଏବଂ ଜ୍ୟାକି ବିବାହ କରିବାକୁ ଯାଉଛନ୍ତି । ଏହି କପଲ୍‌ ସାଉଥ୍‌ ଗୋଆର ଏକ ଶାନ୍ତ ସ୍ଥାନରେ ଅଛନ୍ତି । ତେବେ ବିବାହର ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ଏକ ଭିନ୍ନ ଥିମ୍ ରଖାଯାଇଛି । ମେହେନ୍ଦୀରେ ଏକ କାର୍ନିଭାଲ୍ ଭାଇବ୍ ଥିବାବେଳେ ବିବାହ ପାଇଁ ପେଷ୍ଟେଲ୍ ଟୋନ୍ ସିଲେକ୍ଟ କରିଛନ୍ତି ।

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ନିଜ ବିବାହରେ ଗେଷ୍ଟ ଲିଷ୍ଟିକୁ ବହୁତ ଛୋଟ ରଖିଛନ୍ତି । ଏହା ପଛର କାରଣ ହେଉଛି ଏହି ଦମ୍ପତି କେବଳ କ୍ଲୋଜ୍‌ ମେମ୍ବରଙ୍କ ମଧ୍ୟରେ ବିବାହ କରିବାକୁ ଚାହୁଁଛନ୍ତି । ସୂଚନା ଅନୁସାରେ, ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଯୋଜନା କରୁଛନ୍ତି । ଏଭଳି ପରିସ୍ଥିତିରେ ବିବାହରେ ନୋ ଫୋନ୍ ପଲିସି ମଧ୍ୟ ରହିଛି । ଯେପରି କୌଣସି ବିବାହର ଫଟୋ ବାହାରକୁ ଲିକ୍ ହେବ ନାହିଁ । ତେବେ ଏପରି ମଧ୍ୟ କୁହାଯାଉଛି ଯେ ବିବାହକୁ ଅସୁଥିବା ସମସ୍ତ ଗେଷ୍ଟ ତାଙ୍କ ଫୋନ୍‌ ନିଜ ସହିତ ରଖି ପାରିବେ ନାହିଁ ।

ବିବାହ ପରେ ରକୁଲ ଏବଂ ଜ୍ୟାକି ସେମାନଙ୍କର ହନିମୁନ୍ ଯୋଜନାକୁ କ୍ୟାନ୍‌ସଲ କରିଛନ୍ତି । ସୂଚନା ମୁତାବକ, ରକୁଲ ବିବାହର ୩ ଦିନ ପୂର୍ବରୁ କାମରୁ ବ୍ରେକ୍‌ ନେବେ ଏବଂ ବିବାହର ୧ ସପ୍ତାହ ପରେ ସେ ବଲିଉଡ ଫିଲ୍ମର ସୁଟିଂ ଆରମ୍ଭ କରିବେ, ଯାହାର ନାମ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ଜ୍ୟାକି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । କାରଣ ନିର୍ମାତାଙ୍କର ଏହା ସବୁ ଠାରୁ ବଡ ଫିଲ୍ମ । ତେବେ ଏହି ସବୁ କାରଣରୁ ଏହି କପଲ୍‌ ତାଙ୍କ ହନିମୁନ୍‌ କ୍ୟାନ୍‌ସଲ କରିଛନ୍ତି । ଏପରି ଖବର ସାମ୍ନାକୁ ଆସିଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

40 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago