ସାଉଥ୍ ଗୋଆରେ ବିବାହ କରିବେ ରକୁଲ ଓ ଜ୍ୟାକି, ମେହେନ୍ଦୀ ଏବଂ ସଂଗୀତରେ ହେବ ଗ୍ରାଣ୍ଡ ସେଲିବ୍ରେସନ୍
ରକୁଲ ଏବଂ ଜ୍ୟାକିଙ୍କ ବିବାହ ପୂର୍ବରୁ ବିବାହାର କାର୍ଯ୍ୟକ୍ରମ ବିଷୟରେ ଅନେକ ଖବର ସାମ୍ନକୁ ଆସୁଛି । ତେବେ ମେହେନ୍ଦୀ କାର୍ଯ୍ୟକ୍ରମ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ସନ୍ଧ୍ୟାରେ ସଂଗୀତ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ବିବାହ ପରେ ଏହି ଦମ୍ପତି ହନିମୁନ୍କୁ ଯିବାରେ ଥିଲା, ତେବେ ଲୋକମାନେ ଏହି କପଲ୍ଙ୍କ ସେହି ସବୁ ଫଟୋ ଦେଖିବା ପାଇଁ ଉତ୍ସାହିତ ଥିଲେ, କିନ୍ତୁ ଏହି ଦମ୍ପତି ବର୍ତ୍ତମାନ ପାଇଁ ହନିମୁନ୍କୁ କ୍ୟାନ୍ସଲ କରିଛନ୍ତି ।
ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗନାନୀ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି କପଲ୍ ଗୋଆରେ ସବୁଦିନ ପାଇଁ ପରସ୍ପରର ହାତ ଧରିବାକୁ ଯାଉଛନ୍ତି । ତେବେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଦମ୍ପତି ଫେବୃଆରୀ ୨୧ରେ ଗୋଆରେ ବିବାହ କରିବାକୁ ଯାଉଛନ୍ତି । ରକୁଲ ଏବଂ ଜ୍ୟାକିଙ୍କ ବିବାହ ପୂର୍ବରୁ ବିବାହାର କାର୍ଯ୍ୟକ୍ରମ ବିଷୟରେ ଅନେକ ଖବର ସାମ୍ନକୁ ଆସୁଛି । ତେବେ ମେହେନ୍ଦୀ କାର୍ଯ୍ୟକ୍ରମ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ସନ୍ଧ୍ୟାରେ ସଂଗୀତ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ବିବାହ ପରେ ଏହି ଦମ୍ପତି ହନିମୁନ୍କୁ ଯିବାରେ ଥିଲା, ତେବେ ଲୋକମାନେ ଏହି କପଲ୍ଙ୍କ ସେହି ସବୁ ଫଟୋ ଦେଖିବା ପାଇଁ ଉତ୍ସାହିତ ଥିଲେ, କିନ୍ତୁ ଏହି ଦମ୍ପତି ବର୍ତ୍ତମାନ ପାଇଁ ହନିମୁନ୍କୁ କ୍ୟାନ୍ସଲ କରିଛନ୍ତି ।
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀଙ୍କ ବିବାହ ପାଇଁ ତାଙ୍କ ମୁମ୍ବାଇ ଘର ସଜାଯାଇଛି । ଖୁବ୍ ଶୀଘ୍ର ଉଭୟ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି । ତେବେ ଏହି ପରିସ୍ଥିତିରେ ବିବାହର କିଛି ଅପ୍ଡେଟ୍ ସାମ୍ନାକୁ ଆସିଛି । ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଗେଷ୍ଟ ଏବଂ ସମସ୍ତ କାର୍ଯ୍ୟକ୍ରମ କିପରି ହେବାକୁ ଯାଉଛି ଏବଂ ଏହି ଦମ୍ପତି କାହିଁକି ହନିମୁନ୍କୁ କ୍ୟାନ୍ସଲ କରିଛନ୍ତି ।
ସୂଚନା ମୁତାବକ, ସାଉଥ୍ ଗୋଆର ହୋଟେଲ ଆଇଟିସି ଗ୍ରାଣ୍ଡରେ ରାକୁଲ ଏବଂ ଜ୍ୟାକି ବିବାହ କରିବାକୁ ଯାଉଛନ୍ତି । ଏହି କପଲ୍ ସାଉଥ୍ ଗୋଆର ଏକ ଶାନ୍ତ ସ୍ଥାନରେ ଅଛନ୍ତି । ତେବେ ବିବାହର ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ଏକ ଭିନ୍ନ ଥିମ୍ ରଖାଯାଇଛି । ମେହେନ୍ଦୀରେ ଏକ କାର୍ନିଭାଲ୍ ଭାଇବ୍ ଥିବାବେଳେ ବିବାହ ପାଇଁ ପେଷ୍ଟେଲ୍ ଟୋନ୍ ସିଲେକ୍ଟ କରିଛନ୍ତି ।
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ନିଜ ବିବାହରେ ଗେଷ୍ଟ ଲିଷ୍ଟିକୁ ବହୁତ ଛୋଟ ରଖିଛନ୍ତି । ଏହା ପଛର କାରଣ ହେଉଛି ଏହି ଦମ୍ପତି କେବଳ କ୍ଲୋଜ୍ ମେମ୍ବରଙ୍କ ମଧ୍ୟରେ ବିବାହ କରିବାକୁ ଚାହୁଁଛନ୍ତି । ସୂଚନା ଅନୁସାରେ, ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଯୋଜନା କରୁଛନ୍ତି । ଏଭଳି ପରିସ୍ଥିତିରେ ବିବାହରେ ନୋ ଫୋନ୍ ପଲିସି ମଧ୍ୟ ରହିଛି । ଯେପରି କୌଣସି ବିବାହର ଫଟୋ ବାହାରକୁ ଲିକ୍ ହେବ ନାହିଁ । ତେବେ ଏପରି ମଧ୍ୟ କୁହାଯାଉଛି ଯେ ବିବାହକୁ ଅସୁଥିବା ସମସ୍ତ ଗେଷ୍ଟ ତାଙ୍କ ଫୋନ୍ ନିଜ ସହିତ ରଖି ପାରିବେ ନାହିଁ ।
ବିବାହ ପରେ ରକୁଲ ଏବଂ ଜ୍ୟାକି ସେମାନଙ୍କର ହନିମୁନ୍ ଯୋଜନାକୁ କ୍ୟାନ୍ସଲ କରିଛନ୍ତି । ସୂଚନା ମୁତାବକ, ରକୁଲ ବିବାହର ୩ ଦିନ ପୂର୍ବରୁ କାମରୁ ବ୍ରେକ୍ ନେବେ ଏବଂ ବିବାହର ୧ ସପ୍ତାହ ପରେ ସେ ବଲିଉଡ ଫିଲ୍ମର ସୁଟିଂ ଆରମ୍ଭ କରିବେ, ଯାହାର ନାମ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ଜ୍ୟାକି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । କାରଣ ନିର୍ମାତାଙ୍କର ଏହା ସବୁ ଠାରୁ ବଡ ଫିଲ୍ମ । ତେବେ ଏହି ସବୁ କାରଣରୁ ଏହି କପଲ୍ ତାଙ୍କ ହନିମୁନ୍ କ୍ୟାନ୍ସଲ କରିଛନ୍ତି । ଏପରି ଖବର ସାମ୍ନାକୁ ଆସିଛି ।