photo : jansatta
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ଦମ୍ପତି ଗୋଆରେ ଡେଷ୍ଟିନେସନ୍ ୱେଡିଙ୍ଗ କରିବେ । ରକୁଲ ପ୍ରୀତ ଏବଂ ଜ୍ୟାକି ଫେବୃଆରୀ ୨୧ରେ ବିବାହ କରିବାକୁ ଯାଉଛନ୍ତି ଏବଂ ଏହି ଦମ୍ପତି ପରିବାର ସହିତ ଗୋଆକୁ ଯାଇଛନ୍ତି । ତେବେ ଏହି କପଲ୍ ପ୍ରାଇଭେଟ୍ ସେରିମନିରେ ବିବାହ କରିବାକୁ ଯାଉଛନ୍ତି । ଏହି ସମୟରେ ଦୁଇ ଜଣଙ୍କ ବିବାହର ସମସ୍ତ ଖବର ଧୀରେ ଧୀରେ ବାହାରକୁ ଆସିବା ଆରମ୍ଭ ହୋଇଛି ।
ବିବାହ ପୂର୍ବରୁ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହ ମେନୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମ୍ୟାରେଜ ମେନୁରେ ଗ୍ଲୁଟେନ୍-ଫ୍ରି ଏବଂ ସୁଗର- ଫ୍ରି ଖାଦ୍ୟ ପ୍ରସ୍ତୁତ କରାଯିବ । ତେବେ ମେନୁ ଡିଜାଇନ୍ କରିବା ପାଇଁ ବାହାରୁ ଏକ ସେଫ୍ଙ୍କୁ ବୋର୍ଡରେ ଅଣାଯାଇଛି । ଯେଉଁଥିରେ ସମସ୍ତ ପ୍ରକାରର ଭାରତୀୟ ଏବଂ ଇଣ୍ଟରନେସ୍ନାଲ ଫୁଡ୍ ଅନ୍ତର୍ଭୁକ୍ତ ରହିଛି । ଏହି ବିବାହକୁ ସମସ୍ତ ବିବାହ ଠାରୁ ଭିନ୍ନ କରୁଥିବା କଥା ହେଉଛି ଆସିଥିବା ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମେନୁ ତିଆରି କରିବାକୁ ଦମ୍ପତି ନିଷ୍ପତ୍ତି ନେଇଛନ୍ତି ।
ତେବେ ରକୁଲ ପ୍ରିତ ସିଂ ତାଙ୍କ ପ୍ରଫେସ୍ନାଲ ଲାଇଫ୍ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଏହି ଦମ୍ପତିଙ୍କ ଅନେକ ଫ୍ରେଣ୍ଡ ଅଛନ୍ତି ଯେଉଁମାନେ ଫିଟନେସ୍ ଫ୍ରିକ୍ସ ଏବଂ ଏହା ସହ ସେମାନଙ୍କର ବିବାହରେ ସେହି ଅତିଥି ଆସୁଛନ୍ତି । ତେଣୁ ଅନୁମାନ କରାଯାଉଛି ଯେ ସେଥିପାଇଁ ଏହି ଦମ୍ପତି ବିବାହ ମେନୁ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ।
କିଛି ବିଶେଷ ସୂଚନା ଅନୁସାରେ, ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ଷ୍ଟାର ସାମିଲ ହେବେ । ଯେପରି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ପରି ଫିଟନେସ୍ ଫ୍ରିକ୍ସ ସେଲିବ୍ରେଟିମାନେ ମଧ୍ୟ ତାଙ୍କ ବିବାହର ଏକ ଅଂଶ ହୋଇପାରନ୍ତି । ଯାହାଫଳରେ ସେମାନେ କୌଣସି ପ୍ରକାରର ଚିନ୍ତା ନକରି ଖାଦ୍ୟ ଉପଭୋଗ କରିପାରିବେ । ସେଥିପାଇଁ ମେନୁରେ ଗ୍ଲୁଟେନ୍- ଫ୍ରି ଏବଂ ସୁଗର-ଫ୍ରି ଆଇଟମ୍ ଖାଦ୍ୟରେ ସାମିଲ କରାଯାଇଛି ।
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…