ସାମ୍ନାକୁ ଆସିଲା ରକୁଲ ଓ ଜ୍ୟାକିଙ୍କ ମ୍ୟାରେଜ୍‌ ମେନୁ, ଲିଷ୍ଟରେ ରହିବ ଗ୍ଲୁଟେନ୍‌-ଫ୍ରି ଏବଂ ସୁଗାର –ଫ୍ରି ଖାଦ୍ୟ

ବିବାହ ପୂର୍ବରୁ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହ ମେନୁ ସାମ୍ନାକୁ ଆସିଛି । ମ୍ୟାରେଜ ମେନୁରେ ଗ୍ଲୁଟେନ୍-ଫ୍ରି ଏବଂ ସୁଗର- ଫ୍ରି ଖାଦ୍ୟ ପ୍ରସ୍ତୁତ କରାଯିବ ।

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ଦମ୍ପତି ଗୋଆରେ ଡେଷ୍ଟିନେସନ୍‌ ୱେଡିଙ୍ଗ କରିବେ । ରକୁଲ ପ୍ରୀତ ଏବଂ ଜ୍ୟାକି ଫେବୃଆରୀ ୨୧ରେ ବିବାହ କରିବାକୁ ଯାଉଛନ୍ତି ଏବଂ ଏହି ଦମ୍ପତି ପରିବାର ସହିତ ଗୋଆକୁ ଯାଇଛନ୍ତି । ତେବେ ଏହି କପଲ୍‌ ପ୍ରାଇଭେଟ୍‌ ସେରିମନିରେ ବିବାହ କରିବାକୁ ଯାଉଛନ୍ତି । ଏହି ସମୟରେ ଦୁଇ ଜଣଙ୍କ ବିବାହର ସମସ୍ତ ଖବର ଧୀରେ ଧୀରେ ବାହାରକୁ ଆସିବା ଆରମ୍ଭ ହୋଇଛି ।

ବିବାହ ପୂର୍ବରୁ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହ ମେନୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମ୍ୟାରେଜ ମେନୁରେ ଗ୍ଲୁଟେନ୍-ଫ୍ରି ଏବଂ ସୁଗର- ଫ୍ରି ଖାଦ୍ୟ ପ୍ରସ୍ତୁତ କରାଯିବ । ତେବେ ମେନୁ ଡିଜାଇନ୍ କରିବା ପାଇଁ ବାହାରୁ ଏକ ସେଫ୍‌ଙ୍କୁ ବୋର୍ଡରେ ଅଣାଯାଇଛି । ଯେଉଁଥିରେ ସମସ୍ତ ପ୍ରକାରର ଭାରତୀୟ ଏବଂ ଇଣ୍ଟରନେସ୍‌ନାଲ ଫୁଡ୍‌ ଅନ୍ତର୍ଭୁକ୍ତ ରହିଛି । ଏହି ବିବାହକୁ ସମସ୍ତ ବିବାହ ଠାରୁ ଭିନ୍ନ କରୁଥିବା କଥା ହେଉଛି ଆସିଥିବା ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମେନୁ ତିଆରି କରିବାକୁ ଦମ୍ପତି ନିଷ୍ପତ୍ତି ନେଇଛନ୍ତି ।

ତେବେ ରକୁଲ ପ୍ରିତ ସିଂ ତାଙ୍କ ପ୍ରଫେସ୍‌ନାଲ ଲାଇଫ୍‌ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଏହି ଦମ୍ପତିଙ୍କ ଅନେକ ଫ୍ରେଣ୍ଡ ଅଛନ୍ତି ଯେଉଁମାନେ ଫିଟନେସ୍ ଫ୍ରିକ୍ସ ଏବଂ ଏହା ସହ ସେମାନଙ୍କର ବିବାହରେ ସେହି ଅତିଥି ଆସୁଛନ୍ତି । ତେଣୁ ଅନୁମାନ କରାଯାଉଛି ଯେ ସେଥିପାଇଁ ଏହି ଦମ୍ପତି ବିବାହ ମେନୁ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ।

କିଛି ବିଶେଷ ସୂଚନା ଅନୁସାରେ, ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ଷ୍ଟାର ସାମିଲ ହେବେ । ଯେପରି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ପରି ଫିଟନେସ୍ ଫ୍ରିକ୍ସ ସେଲିବ୍ରେଟିମାନେ ମଧ୍ୟ ତାଙ୍କ ବିବାହର ଏକ ଅଂଶ ହୋଇପାରନ୍ତି । ଯାହାଫଳରେ ସେମାନେ କୌଣସି ପ୍ରକାରର ଚିନ୍ତା ନକରି ଖାଦ୍ୟ ଉପଭୋଗ କରିପାରିବେ । ସେଥିପାଇଁ ମେନୁରେ ଗ୍ଲୁଟେନ୍- ଫ୍ରି ଏବଂ ସୁଗର-ଫ୍ରି ଆଇଟମ୍ ଖାଦ୍ୟରେ ସାମିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.