ଆଇପିଏଲ ଅଲ୍‌ ଟାଇମ ବେଷ୍ଟ ଟିମର ଅଧିନାୟକ ହେଲେ ଧୋନି, ଟିମରେ ମିଳିଲାନି ରୋହିତଙ୍କୁ ସ୍ଥାନ

ଆଇପିଏଲ ପ୍ରଥମ ନିଲାମକୁ ୧୬ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଅନେକ ପୂର୍ବତନ ଖେଳାଳି ଏବଂ ୭୦ ଜର୍ଣ୍ଣାଲିଷ୍ଟଙ୍କ ସହାୟତାରେ ଆଇପିଏଲର ସବୁଠାରୁ ଶ୍ରେଷ୍ଠ ଟିମ୍‌ ଚୟନ କରାଯାଇଛି । ଆଉ ଟିମର ଅଧିନାୟକ ଦାୟିତ୍ୱ ମହେନ୍ଦ୍ର ସିଂ ଧୋନିଙ୍କୁ ଦିଆଯାଇଛି ।

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ ପାଇଁ ଫ୍ୟାନ୍ସ ବହୁତ ପାଗଳ । ଆସନ୍ତାକାଲିକୁ ଆଇପିଏଲ ପ୍ରଥମ ନିଲାମକୁ ୧୬ ବର୍ଷ ପୂରଣ ହେବାକୁ ଯାଇଛି । ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଅଲ୍‌ ଟାଇମ୍‌ ବେଷ୍ଟ ଟିମ୍‌ ଚୟନ କରାଯାଇଛି । ଆଉ ଟିମର ଅଧିନାୟକ ଦାୟିତ୍ୱ ମହେନ୍ଦ୍ର ସିଂ ଧୋନିଙ୍କୁ ଦିଆଯାଇଛି ।

ଆଇପିଏଲ ପ୍ରଥମ ନିଲାମକୁ ୧୬ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଅନେକ ପୂର୍ବତନ ଖେଳାଳି ଏବଂ ୭୦ ଜର୍ଣ୍ଣାଲିଷ୍ଟଙ୍କ ସହାୟତାରେ ଆଇପିଏଲର ସବୁଠାରୁ ଶ୍ରେଷ୍ଠ ଟିମ୍‌ ଚୟନ କରାଯାଇଛି । ଟିମ୍‌ ଚୟନ ପ୍ୟାନେଲରେ ଓ୍ଵାସିମ ଆକ୍ରମ, ମଥ୍ୟୁ ହେଡନ, ଟମ ମୁଡି, ଡେଲ ଷ୍ଟେନ ଭଳି ଖେଳାଳି ସାମିଲ ରହିଛନ୍ତି । ତେଣୁ ଏହି ଟିମର ଅଧିନାୟକ ଦାୟିତ୍ୱ ମହେନ୍ଦ୍ର ସିଂ ଧୋନିଙ୍କୁ ମିଳିଛି ।

ତେବେ ଯେଉଁ ଟିମ୍‌ ଚୟନ କରାଯାଇଛି, ସେଥିରେ ବିରାଟ କୋହଲିଙ୍କ ନାମ ରହିଛି । ବିରାଟ କୋହଲିଙ୍କ ବ୍ୟତୀତ ସୁରେଶ ରାଇନା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ ଏବଂ ଜସପ୍ରୀତ ବୁମରା ଟିମରେ ସାମିଲ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଥିରେ ୫ଥର ଆଇପିଏଲ ଟାଇଟଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ନାମ ନାହିଁ ।

ଆଇପିଏଲ ଶ୍ରେଷ୍ଠ ଟିମ୍‌ : ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ବିରାଟ କୋହଲି, କ୍ରିସ ଗେଲ୍‌, ଡେଭିଡ ଓ୍ଵାର୍ଣ୍ଣର, ସୁରେନ ରାଇନା, ଏବି ଡିଭିଲିୟର୍ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କିରନ ପୋଲାର୍ଡ, ରାଶିଦ ଖାନ, ସୁନୀଲ ନାରାୟଣ, ଯୁଜବେନ୍ଦ୍ର ଚହଲ, ଲାସିଥ ମଲିଙ୍ଗା ଏବଂ ଜସପ୍ରୀତ ବୁମରା ।