ଦେଶର ଏକ ମାତ୍ର କଳ୍କୀ ମନ୍ଦିର, ଆଜି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତରପ୍ରଦେଶ ସମ୍ଭଲ ସ୍ଥିତ କଳ୍କୀ ଧାମ ମନ୍ଦିରର ଶିଳାନ୍ୟାସ କରିବାକୁ ଯାଉଛନ୍ତି । ସମ୍ଭଲର ଏଞ୍ଚରା କମ୍ବୋ ଅଞ୍ଚଳରେ ଏହି ମନ୍ଦିର ନିର୍ମାଣ ହେବାକୁ ଯାଉଛି ଏବଂ ଏହି ମନ୍ଦିରକୁ ଧଳା ଏବଂ କେଶରୀ ରଙ୍ଗରେ ସଜାଯାଇଛି । ଅଯୋଧ୍ୟାରେ ମହାନ ରାମ ମନ୍ଦିର ନିର୍ମାଣ ପରେ ଏହି ମନ୍ଦିରଟି ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲା ।
କଳ୍କୀ ଅବତାର ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ । କାରଣ ମାନ୍ୟତା ରହିଛି ଯେ ଭଗବାନ ଯେତେବେଳେ କଳ୍କୀ ଅବତାର ନେବେ ଏହି ଦୁନିଆରୁ ପାପୀ ମାନଙ୍କର ବିନାଶ ହେବ । ଏଭଳି କିଛି ଲୋକକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ କିନ୍ତୁ ଆପଣ ମାନେ କେବେ ଆମ ଦେଶରେ ଥିବା କଳ୍କୀ ମନ୍ଦିର ବିଷୟରେ ହୁଏତ ଜାଣିନଥିବେ । ତେବେ ଆଜି ଆମେ ଆପଣଙ୍କୁ ଆମ ଦେଶରେ ଥିବା କଳ୍କୀ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ । ଯାହାର ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତରପ୍ରଦେଶ ସମ୍ଭଲ ସ୍ଥିତ କଳ୍କୀ ଧାମ ମନ୍ଦିରର ଶିଳାନ୍ୟାସ କରିବାକୁ ଯାଉଛନ୍ତି । ସମ୍ଭଲର ଏଞ୍ଚରା କମ୍ବୋ ଅଞ୍ଚଳରେ ଏହି ମନ୍ଦିର ନିର୍ମାଣ ହେବାକୁ ଯାଉଛି ଏବଂ ଏହି ମନ୍ଦିରକୁ ଧଳା ଏବଂ କେଶରୀ ରଙ୍ଗରେ ସଜାଯାଇଛି । ଅଯୋଧ୍ୟାରେ ମହାନ ରାମ ମନ୍ଦିର ନିର୍ମାଣ ପରେ ଏହି ମନ୍ଦିରଟି ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲା । ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଶ୍ରୀ କଳ୍କୀ ଧାମ ନିର୍ମାଣ ଟ୍ରଷ୍ଟର ଚେୟାରମ୍ୟାନ୍ ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନିମନ୍ତ୍ରଣରେ ଏହି ମନ୍ଦିରର ଶିଳାନ୍ୟାସ ପାଇଁ ଆସୁଛନ୍ତି । ଉତ୍ତରପ୍ରଦେଶର ସମ୍ଭଲଠାରେ ନିର୍ମାଣ କରାଯାଉଥିବା ଏହି କଳ୍କୀ ଧାମ ମନ୍ଦିରର ନିଜସ୍ୱ ଅନେକ ରହସ୍ୟ ରହିଛି । ତେବେ ଆସନ୍ତୁ ଏହି ମନ୍ଦିରର ରହସ୍ୟ ବିଷୟରେ ଜାଣିବା ।
ସମଗ୍ର ବିଶ୍ୱରେ ଏହି ମନ୍ଦିର ଅନନ୍ୟ:
କଳ୍କୀ ମନ୍ଦିର ବିଷ୍ଣୁଙ୍କ ଦଶମ ତଥା ଶେଷ ଅବତାର କଳ୍କୀଙ୍କ ପାଇଁ ଉତ୍ସର୍ଗୀକୃତ । ସନାତନ ଧର୍ମରେ ବିଶ୍ୱାସ କରାଯାଏ ଯେ କଳିଯୁଗ ଶେଷରେ ପ୍ରଭୁ ବିଷ୍ଣୁ କଲ୍କି ରୂପରେ ଆସିବେ । ଏହି ଦୃଷ୍ଟିରୁ, ଏହି ମନ୍ଦିର ଦୁନିଆରେ ସବୁଠାରୁ ଅନନ୍ୟ, କାରଣ ଯେଉଁ ଭଗବାନ କଲ୍କିଙ୍କ ପାଇଁ ମନ୍ଦିର ନିର୍ମାଣ ହେଉଛି ସେହି ଅବତାର ଏପର୍ଯ୍ୟନ୍ତ ପ୍ରକଟ ହୋଇନାହାନ୍ତି ।
ବ୍ୟବହାର ହେବ ଅଯୋଧ୍ୟା ରାମ ମନ୍ଦିରର ପଥର:
ଏହି ମନ୍ଦିରରେ ୧୦ ଟି ଗର୍ଭଗୃହ ରହିବ, ଏହି ଦଶଟି ଗର୍ଭଗୃହରେ ଦଶଟି ଭିନ୍ନ ଅବତାରଙ୍କ ପ୍ରତିଷ୍ଠା କରାଯିବ । ଏହି ମନ୍ଦିରର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହି ମନ୍ଦିର ସମାନ ଗୋଲାପୀ ପଥର ସହିତ ନିର୍ମାଣ କରାଯାଉଛି ଯାହା ଅଯୋଧ୍ୟା ରାମ ମନ୍ଦିର ଏବଂ ସୋମନାଥ ମନ୍ଦିରରେ ମଧ୍ୟ ବ୍ୟବହୃତ ହେଉଛି । ଏହି ମନ୍ଦିରରେ ଷ୍ଟିଲ କିମ୍ବା ଲୁହାର ବ୍ୟବହାର ହେବ ନାହିଁ । ଏହି ମନ୍ଦିର ୫ ଏକର ଜମିରେ ନିର୍ମାଣ ହେବ ଏବଂ ନିର୍ମାଣ ପାଇଁ ପ୍ରାୟ ୫ ବର୍ଷ ଲାଗିବ ବୋଲି ସୂଚନା ମିଳିଛି ।
କଳ୍କୀ ଭଗବାନଙ୍କ ଧଳା ଘୋଡା:
ନିର୍ମାଣ ହେଉଥିବା ନୂତନ ମନ୍ଦିର ନିକଟରେ ଅବସ୍ଥିତ କଳ୍କୀ ପୀଠରେ ଏକ ଧଳା ଘୋଡାର ପ୍ରତିମୂର୍ତ୍ତି ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନ ଶିବ କଳ୍କୀ ଅବତାରଙ୍କୁ ଦେବଦତ୍ତ ନାମକ ଏକ ଧଳା ଘୋଡା ଦେବେ । ଏହି ଧଳା ଘୋଡା ମୂର୍ତ୍ତିର ଭୂମିରେ ତିନୋଟି ଗୋଡ ଅଛି ଏବଂ ଚତୁର୍ଥଟି ଭୂମିରେ ଲାଗିନାହିଁ ଏବେ ଉପରକୁ ଉଠି ରହିଛି । ଲୋକମାନେ କୁହନ୍ତି ଯେ ଏହି ଗୋଡ ଧୀରେ ଧୀରେ ତଳକୁ ଆସୁଛି ଏବଂ ଯେଉଁ ଦିନ ଏହା ସଂପୂର୍ଣ୍ଣ ରୂପେ ଭୂମିରେ ଲାଗିଯିବ, ସେହିଦିନ ଭଗବାନ କଲ୍କି ଅବତାର ନେବେ ।
କାହିଁକି ଆସୁଛନ୍ତି ପ୍ରଭୁ କଳ୍କୀ?
ଅନେକ ପ୍ରଶ୍ନ ଉଠେ ଯେ ଭଗବାନ ବିଷ୍ଣୁ କଲ୍କି ରୂପରେ କାହିଁକି ଅବତାର ନେବେ? ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ ଯେତେବେଳେ କଳିଯୁଗ ଶିଖରକୁ ଆସିବ, ଯେତେବେଳେ ପାପ ଏବଂ ଅନ୍ୟାୟ ଅତ୍ୟଧିକ ବୃଦ୍ଧି ପାଇବ ସେତେବେଳେ କଲ୍କି ସେମାନଙ୍କୁ ବିନାଶ କରିବାକୁ ଅବତାର ଗ୍ରହଣ କରିବେ । ସୂଚନାଯୋଗ୍ୟ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ପ୍ରାୟ ୧୮ ବର୍ଷ ପୂର୍ବେ ଏହି ମନ୍ଦିର ପ୍ରତିଷ୍ଠା କରିବାକୁ ସଂକଳ୍ପ ନେଇଥିଲେ । ସେ କହିଥିଲେ ଯେ ଯେଉଁଠାରେ ପ୍ରଭୁ କଲ୍କି ଅବତାର ଗ୍ରହଣ କରିବେ ସେହିଠାରେ ହିଁ କଳ୍କୀ ଧାମ ମନ୍ଦିର ନିର୍ମାଣ ହେବ ।