ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ବୌଦ୍ଧରେ ଦୁଇଟି ମନ୍ଦିରରୁ ସିରିଜ୍ ଲୁଟ

ବୌଦ୍ଧ ଜିଲ୍ଲାରେ ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ । ପୋଲିସ ସାଜିଛି ନୀରବଦ୍ରଷ୍ଟା । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ଆଜି ପୁଣି ଦୁଇଟି ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାରେ ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ । ପୋଲିସ ସାଜିଛି ନୀରବଦ୍ରଷ୍ଟା । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ଆଜି ପୁଣି ଦୁଇଟି ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ ।

ସହର ସ୍ଥିତ ଭୈରବୀ ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଚୋରି । ଭୈରବୀ ମାଙ୍କ ସୁନା ଆଖି ସହିତ ସୁନା ଟିକିଲି ନେଇ ଯାଇଛନ୍ତି ଦୁର୍ବୃତ୍ତ । ସେହିପରି ଗାୟତ୍ରୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ଏପରି ଘଟଣା ଘଟିଛି । ଦୁର୍ବୃତ୍ତ ମାନେ ଚୋରି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ ଭୈରବୀ ମନ୍ଦିର ପୂଜକ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ସେହି ସମୟରେ ବାମ ପାର୍ଶ୍ଵ ଗେଟ୍‌ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କମିଟିକୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତ ମାନେ ଭୈରବୀ ମାଙ୍କ ସୁନାର ଦୁଇଟି ଆଖି ଏବଂ ସୁନା ଟିକିଲି ଲୁଟ୍ କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଉଭୟ ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.