ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ନିଆଁ, ଜଳିଗଲା ୧୩୦ ବସ୍ତି ଘର
ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ୧୩୦ ବସ୍ତି ଘର ପୋଡି ପାଉଁଶ ହୋଇଯାଇଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ୧୫ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି ।
ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ୧୩୦ ବସ୍ତି ଘର ପୋଡି ପାଉଁଶ ହୋଇଯାଇଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ୧୫ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ନିଆଁ ଏତେ ଭୟଙ୍କର ଭାବେ ଲାଗିଛି ଯେ, ଚାରିଆଡେ ଦିନ ଭଳି ଆଲୋକ ହୋଇଯାଇଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
#WATCH | Delhi: A fire call was received from the Shahbad Dairy area at around 10 pm yesterday. A total of 15 fire tenders were rushed to the site. No causality/injuries were reported. Around 130 jhuggis were gutted in the fire: Delhi Fire Services pic.twitter.com/emNzN3JBU9
— ANI (@ANI) February 19, 2024
ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ଅଲୀପୁର ମାର୍କେଟରେ ଏକ ରଙ୍ଗ କାରଖାନାରେ ନିଆଁ ଲାଗିଯାଇଥିଲା । ଫଳରେ ୧୧ ଜଣ ଲୋକ ମରିଯାଇଥିଲେ । ୨୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ ।