ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର, ହସ୍ପିଟାଲ ଆଇସିୟୁରେ ଭର୍ତ୍ତି
ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର । (୮୩) ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଗୁରୁତର ସ୍ୱାସ୍ଥ୍ୟବସ୍ଥାର ସାମ୍ନା କରୁଥିଲେ । ସେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତକାଲି ବାଲେଶ୍ବର ଫକୀରମୋହନ ହସପିଟାଲରେ ଭର୍ତ୍ତି କରାଯାଇଛି ।
![anat das1](https://knewsodisha.com/wp-content/uploads/2024/02/anat-das1.jpg)
ବାଲେଶ୍ୱର (କେନ୍ୟୁଜ): ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର । (୮୩) ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଗୁରୁତର ସ୍ୱାସ୍ଥ୍ୟବସ୍ଥାର ସାମ୍ନା କରୁଥିଲେ । ସେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତକାଲି ବାଲେଶ୍ବର ଫକୀରମୋହନ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଆଇୟୁସିରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି । ଦୁଇଜଣ ବରିଷ୍ଠ ଡାକ୍ତର ଚିକିତ୍ସା କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ୍ ଜଗଦ୍ଦେବ ସୂଚନା ଦେଇଛନ୍ତି ।
୨୦୦୪ ନିର୍ବାଚନରୁ ଲଗାତର ଭାବେ ଅନନ୍ତ ଦାସ ଏହି ଆସନରୁ ଜିତି ଆସୁଛନ୍ତି । ବିଜେଡିର ଜଣେ ପୁରୁଖା ନେତା ଭାବେ ବେଶ୍ ଜଣାଶୁଣା ଅନନ୍ତ ଦାସ । ପୂର୍ବରୁ ନବୀନ ପଟ୍ଟାନୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ୨୦୧୯ ନିର୍ବାଚନରେ ମୋଟ ୭୯୭୯୬ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ।